ପୋଲିସ ଭାବି ଗୁଳି ଚଳାଇଲେ: ଟଳିପଡ଼ିଲେ ଜଣେ ସାଧାରଣ ଲୋକ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଦଶାହ ଭୋଜିରୁ ଫେରୁଥିବା ବେଳେ ହେଲା ଅନ୍ଧାଧୂନ ଗୁଳି। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁଳି ମାଡ଼ର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଏହା ମାଓବାଦୀଙ୍କ କାମ ହୋଇଥିବା ଅନୁମାନ କରାଯାଉଛି। ପୋଲିସ ବୋଲି ଭାବି ସେମାନେ ଗୁଳି କରିଥିବା ସନ୍ଦେହ କରାଯାଉଛି। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା କୁସୁମଡିହ ଜଙ୍ଗଲ ନିକଟରେ ଘଟିଛି। ଗତକାଲି ବାଉଁଶପାଳ ଗାଁର ସୁନୀଲ […]

fairing in kosumdehi jungle in rkl

fairing in kosumdehi jungle in rkl

Rakesh Mallick
  • Published: Wednesday, 20 June 2018
  • Updated: 20 June 2018, 06:03 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଦଶାହ ଭୋଜିରୁ ଫେରୁଥିବା ବେଳେ ହେଲା ଅନ୍ଧାଧୂନ ଗୁଳି। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁଳି ମାଡ଼ର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଏହା ମାଓବାଦୀଙ୍କ କାମ ହୋଇଥିବା ଅନୁମାନ କରାଯାଉଛି। ପୋଲିସ ବୋଲି ଭାବି ସେମାନେ ଗୁଳି କରିଥିବା ସନ୍ଦେହ କରାଯାଉଛି। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା କୁସୁମଡିହ ଜଙ୍ଗଲ ନିକଟରେ ଘଟିଛି।

ଗତକାଲି ବାଉଁଶପାଳ ଗାଁର ସୁନୀଲ ମୁଣ୍ଡା, ନିୟୁଷ ମୁଣ୍ଡା ଓ ଅନ୍ୟ ଜଣେ ମିଶି ପଡ଼ୋଶୀ ଗାଁର ଏକ ଦଶାହ ଭୋଜିକୁ ଯାଇଥିଲେ। ବିଳମ୍ୱିତ ରାତିରେ ଏକ ଡମ୍ଫରରେ ଘରକୁ ଫେରୁଥିଲେ। ତେବେ କୁସୁମଡିହ ଜଙ୍ଗଲ ନିକଟରେ କିଛି ଲୋକ ଠିଆ ହୋଇଥିବା ଦେଖି ସେମାନଙ୍କ ଉପରକୁ ଟର୍ଚ୍ଚ ଲାଇଟ୍‌ ପକାଇଥିଲେ। ଏହା ପରେ ଦୁର୍ବୃତ୍ତମାନେ ଅନ୍ଧାଧୂନ ଗୁଳି ଚଳାଇ ଫେରାର ହୋଇଯାଇଲେ। ଫଳରେ ଏମାନଙ୍କ ଦେହରେ ଗୁଳି ବାଜିଥିଲା। ଘଟଣା ସ୍ଥଳରେ ସୁନୀଲଙ୍କ ମୃତ୍ୟୁ ଘଟିଥିଲା ବେଳେ ପିୟୁଷ ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ସେମାନେ ଏ ସମ୍ପର୍କରେ ପୋଲିସକୁ କୌଣସି ସୂଚନା ନଦେଇ ଘରକୁ ଚାଲି ଆସିଥିଲେ। ମଧ୍ୟାହ୍ନରେ କୌଣସି ସୂତ୍ରରୁ ପୋଲିସ ଖବର ପାଇଁ ସେମାନଙ୍କୁ ଉଦ୍ଧାର କରି ରାଉରକେଲ ଜେନେରାଲ ହସ୍ପିଲରେ ଭର୍ତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାରୁ ପ୍ରକାଶ, କୁସୁମଡ଼ିହି ଜଙ୍ଗଲରେ ପୂର୍ବରୁ ମାଓବାଦୀଙ୍କ ଗତିବିଧି ଲକ୍ଷ୍ୟ କରାଯାଇଥିଲା। ସେଥିପାଇଁ ପୋଲିସ ନିୟମିତ ବ୍ୟବଧାନରେ ଉକ୍ତ ଜଙ୍ଗଲରେ କମ୍ୱିଂ ଅପରେସନ୍‌ କରୁଥିଲା। ଗତକାଲି ବିଳମ୍ୱିତ ରାତି ଗୁଳିକାଣ୍ଡ ଘଟିଥିବାରୁ ଏହା ମାଓବାଦୀଙ୍କ କାର୍ଯ୍ୟ ବୋଲି ପୋଲିସ ସନ୍ଦେହ କରୁଛି। ଏବେ ଏହି ଜଙ୍ଗଲରେ କମ୍ୱିଂ ଅପରେସନ୍‌କୁ ଜୋରଦାର କରାଯିବ ବୋଲି ରାଉରକେଲା ଏସ୍‌ପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos