ଧାର ଟଙ୍କା ମାଗିବାରୁ ଫୁଟିଲା ଗୁଳି

ସୋନପୁର(ରବୀନ୍ଦ୍ର ହୋତା): ଧାର ଟଙ୍କା ମାଗିବାରୁ ଆରମ୍ଭ ହେଲା ଯୁକ୍ତିତର୍କ। ଶେଷରେ ଫୁଟିଲା ଗୁଳି। ଏପରି ଅଭାବନୀୟ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପିତାମହୁଲରେ ଘଟିଛି । ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଜଣକ ହେଲେ ଅଡାଲ ଗାଁର ପ୍ରଭଞ୍ଜନ ପଧାନ । ସେ ଜଣେ ଡ୍ରାଇଭର ।

ସୂଚନା ଅନୁସାରେ କାଶଲପୁର ଗାଁର ଚକ୍ର ପାତ୍ର ନାମକ ଜଣେ ବ୍ୟକ୍ତି ପ୍ରଭଞ୍ଜନଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଧାର ନେଇଥିଲେ  ।  ଆଜି ଉଭୟଙ୍କ ମଧ୍ୟରେ ଭେଟ ହୋଇଥିଲା । ପ୍ରଭଂଜନ ଟଙ୍କା ମାଗିବାରୁ ଚକ୍ର ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ ଚକ୍ର ଏକ ବନ୍ଧୁକ  ବାହାର କରି ପ୍ରଭଞ୍ଜନକୁ ଗୁଳି କରିଥିବା ଜଣାପଡ଼ିଛି । ଗୁଳିଟି ପ୍ରଭଂଜନଙ୍କ ମୁଣ୍ଡକୁ ଛୁଇଁ ଦେଇ ପଳାଇ ଯାଇଛି। ତାଙ୍କୁ ସୁବଳୟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ କାହାକୁ ଗିରଫ କରିନି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।