ପେଟ୍ରୋଲ ପମ୍ପ ମାଲିକଙ୍କ ଉପରକୁ ଗୁଳିମାଡ଼

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ରାସ୍ତାର ପୁରୁଣା ରାମେଶ୍ୱରପୁର ଛକରେ ଥିବା ସୁଜାତା ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଶ୍ରୀକାନ୍ତ ରଥ। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଶ୍ରୀ ରଥ ପେଟ୍ରୋଲ ପମ୍ପରେ ବସି ନିଜ କର୍ମଚାରୀଙ୍କ ସହ ଟଙ୍କା ହିସାବ କରୁଥିଲେ। ଏହି ସମୟରେ  ତିନି ଜଣ ଯୁବକ ବାଇକ୍‌ରେ ସେଠାରେ ଆସି […]

puri00

puri00

Tapaswini Nayak
  • Published: Monday, 30 December 2019
  • Updated: 30 December 2019, 09:27 AM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ରାସ୍ତାର ପୁରୁଣା ରାମେଶ୍ୱରପୁର ଛକରେ ଥିବା ସୁଜାତା ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଶ୍ରୀକାନ୍ତ ରଥ। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି।
ଗତକାଲି ବିଳମ୍ବିତ ରାତିରେ ଶ୍ରୀ ରଥ ପେଟ୍ରୋଲ ପମ୍ପରେ ବସି ନିଜ କର୍ମଚାରୀଙ୍କ ସହ ଟଙ୍କା ହିସାବ କରୁଥିଲେ। ଏହି ସମୟରେ  ତିନି ଜଣ ଯୁବକ ବାଇକ୍‌ରେ ସେଠାରେ ଆସି ପହଞ୍ଚି  ଶ୍ରୀ ରଥଙ୍କଠାରୁ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ  ସେ ଓ ତାଙ୍କ କର୍ମଚାରୀ ଏହାର ବିରୋଧ କରିଥିଲେ। ଦୁର୍ବୃତ୍ତମାନେ ଶ୍ରୀ ରଥଙ୍କ ଉପରେ ଗୁଳି ଚଳାଇ ସେଠାରୁ ଚମ୍ପଟ ହୋଇଯାଇଥିଲେ। ପେଟ୍ରୋଲ ପମ୍ପ ମାଲିକଙ୍କ ପେଟରେ ଗୁଳି ବାଜିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos