ଓଲଟି ପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍‌; ରାସ୍ତାରେ ବିଛେଇ ହୋଇପଡ଼ିଲେ ମାଛ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଭାରତ ବନ୍ଦ ବେଳେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ରାଉରକେଲା ବିଶ୍ରା ଛକରେ ରାସ୍ତା ଅବରୋଧ କରାଯାଇଥିବା ବେଳେ ସେଠାରେ ଏକ ଦୁର୍ଘଟଣା ଘଟିଥିଲା। ଏକ ମାଛ ବୋଝେଇ ପିକ୍ ଅପ୍ ଭ୍ୟାନ୍ ସେଠାରେ ଓଲଟି ପଡ଼ିଥିଲା। ଏଥିରେ ଜିଅନ୍ତା ମାଛ ବୋଝେଇ ହୋଇଥିଲେ। ପିକ୍ ଅପ୍ ଭ୍ୟାନ୍‌ଟି ଓଲଟି ପଡ଼ିବା ପରେ ମାଛ ଗୁଡ଼ିକ ରାସ୍ତାରେ ବିଛେଇ ହୋଇ ପଡ଼ିଥିଲେ ଓ ଛଟପଟ ହୋଇଥିଲେ। ମାଛ ଗୁଡ଼ିକ ବିଛେଇ ହୋଇ ପଡ଼ିବା […]

fish1

fish1

Tapaswini Nayak
  • Published: Wednesday, 08 January 2020
  • Updated: 08 January 2020, 09:50 AM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଭାରତ ବନ୍ଦ ବେଳେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ରାଉରକେଲା ବିଶ୍ରା ଛକରେ ରାସ୍ତା ଅବରୋଧ କରାଯାଇଥିବା ବେଳେ ସେଠାରେ ଏକ ଦୁର୍ଘଟଣା ଘଟିଥିଲା। ଏକ ମାଛ ବୋଝେଇ ପିକ୍ ଅପ୍ ଭ୍ୟାନ୍ ସେଠାରେ ଓଲଟି ପଡ଼ିଥିଲା। ଏଥିରେ ଜିଅନ୍ତା ମାଛ ବୋଝେଇ ହୋଇଥିଲେ। ପିକ୍ ଅପ୍ ଭ୍ୟାନ୍‌ଟି ଓଲଟି ପଡ଼ିବା ପରେ ମାଛ ଗୁଡ଼ିକ ରାସ୍ତାରେ ବିଛେଇ ହୋଇ ପଡ଼ିଥିଲେ ଓ ଛଟପଟ ହୋଇଥିଲେ।

ମାଛ ଗୁଡ଼ିକ ବିଛେଇ ହୋଇ ପଡ଼ିବା ପରେ ରାସ୍ତାରେ ଯା’ଆସ କରୁଥିବା ଲୋକେ ସେଗୁଡ଼ିକୁ ନେଇ ଯିବାକୁ ଚେଷ୍ଟା କରୁଥିବା ବେଳେ ସେଠାରେ ଆନ୍ଦୋଳନ କରୁଥିବା ଲୋକେ ଓ ପୁଲିସ୍ ସେମାନଙ୍କୁ ଏଥିରୁ ନିବୃତ୍ତ କରିଥିଲେ।

ଗାଡ଼ିର ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଓଲଟି ପଡ଼ିଥିବା ପିକ୍‌ଅପ୍‌ ଭ୍ୟାନ୍‌ଟି କ୍ରେନ ସାହାଯ୍ୟରେ ଉଠାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos