ନଭେମ୍ବର ପହିଲାରୁ ମାଛଧରା ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ନଭେମ୍ବର ପହିଲାରୁ ମେ’ ୩୧ତାରିଖ ପର୍ଯ୍ୟନ୍ତ ଧାମରା, ଦେବୀ ଓ ଋଷିକୁଲ୍ୟା ନଦୀ ମୁହାଣ ନିକଟରେ ସମୁଦ୍ର ଉପକୂଳରୁ ୨୦କିମି ପର୍ଯ୍ୟନ୍ତ ଅଂଚଳରେ ମାଛଧରା ବନ୍ଦ ରହିବ। ଓଲିଭ ରିଡଲେ କଇଁଛଙ୍କ ପ୍ରଜନନ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆଜି ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ଅବଧି ମଧ୍ୟରେ […]

fishing-boat

fishing-boat

Manoranjan Sial
  • Published: Thursday, 29 October 2020
  • Updated: 29 October 2020, 09:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ନଭେମ୍ବର ପହିଲାରୁ ମେ’ ୩୧ତାରିଖ ପର୍ଯ୍ୟନ୍ତ ଧାମରା, ଦେବୀ ଓ ଋଷିକୁଲ୍ୟା ନଦୀ ମୁହାଣ ନିକଟରେ ସମୁଦ୍ର ଉପକୂଳରୁ ୨୦କିମି ପର୍ଯ୍ୟନ୍ତ ଅଂଚଳରେ ମାଛଧରା ବନ୍ଦ ରହିବ। ଓଲିଭ ରିଡଲେ କଇଁଛଙ୍କ ପ୍ରଜନନ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଏଥିପାଇଁ ଆଜି ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ଅବଧି ମଧ୍ୟରେ ସମ୍ପୃକ୍ତ ଅଂଚଳରେ ଯନ୍ତ୍ରଚାଳିତ ଡଙ୍ଗା, ଟ୍ରଲର ବା ଯାନ୍ତ୍ରିକ କୌଶଳରେ ମାଛଧରା ନିଷେଧ ହେବ। ବିନା ମୋଟରବୋଟରେ ପାରମ୍ପରିକ ଢଙ୍ଗରେ ମାଛ ଧରୁଥିବା ମତ୍ସ୍ୟଜୀବୀଙ୍କୁ ଅଯଥାରେ ଅସୁବିଧାରେ ନପକାଇବା ପାଇଁ ମଧ୍ୟ ଶ୍ରୀମତୀ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି।

ଏହି କଟକଣା ଯୋଗୁ ରାଜ୍ୟର ପ୍ରାୟ ୨୦୬୬୬ଜଣ ମତ୍ସ୍ୟଜୀବୀ ପରିବାର ପ୍ରଭାବିତ ହେବେ ଓ ସେମାନଙ୍କୁ ୭୫୦୦ଟଙ୍କା ଲେଖାଏଁ ସହାୟତା ଦେବାକୁ ସ୍ଥିର ହୋଇଛି। ଅଲିଭ୍ ରିଡଲେଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତବର୍ଷ ୬୧ଟି ଅନସୋର ଓ ୫ଟି ଅଫସୋର୍ ଏଭଳି ୬୬ଟି ପାଟ୍ରୋଲିଂ କ୍ୟାମ୍ପ ପ୍ରତିଷ୍ଠା କରାଯିବ। ସୂଚନାଯୋଗ୍ୟ, ୨୦୧୯-୨୦ରେ ପ୍ରାୟ ୭.୩୦ଲକ୍ଷ ଅଲିଭ ରିଡଲେ କଇଁଛ ଅଣ୍ଡା ଦେଇଥିଲାବେଳେ ୨୦୧୮-୧୯ରେ ଏହା ୪.୫୧ଲକ୍ଷ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos