ସଂସାର ଭସେଇ ନେଲା ବ୍ରାହ୍ମଣୀ, ଖରସ୍ରୋତା ଓ କାଣି: କେନ୍ଦ୍ରାପଡ଼ା ଜିଲ୍ଲାରେ ୩୧ ପଞ୍ଚାୟତ ଜଳବନ୍ଦୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ବନ୍ୟା ସ୍ଥିତି ଉଦ୍‌ବେଗଜନକ ରହିଛି। ବ୍ରାହ୍ମଣୀ, ଖରସ୍ରୋତା ଓ କାଣି ନଦୀର ବନ୍ୟାରେ ଜିଲ୍ଲାର ୩୧ଟି ପଞ୍ଚାୟତର ଦେଢ଼ ଲକ୍ଷରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆଳି ଓ ପଟ୍ଟାମୁଣ୍ଡାଇ ବ୍ଲକ୍। ୪ ଦିନ ଧରି ଲୋକେ ପାଣି ଘେରରେ ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ରିଲିଫ୍ ଦିଆଯାଇ ନଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଧୋୟା ଅଞ୍ଚଳରେ ବନ୍ୟାର କରାଳ ରୂପ। ବଢ଼ି ପାଣିରେ ବୁଡ଼ିଛି […]

flood

flood

Rakesh Mallick
  • Published: Monday, 31 July 2017
  • Updated: 31 July 2017, 09:27 PM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ବନ୍ୟା ସ୍ଥିତି ଉଦ୍‌ବେଗଜନକ ରହିଛି। ବ୍ରାହ୍ମଣୀ, ଖରସ୍ରୋତା ଓ କାଣି ନଦୀର ବନ୍ୟାରେ ଜିଲ୍ଲାର ୩୧ଟି ପଞ୍ଚାୟତର ଦେଢ଼ ଲକ୍ଷରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆଳି ଓ ପଟ୍ଟାମୁଣ୍ଡାଇ ବ୍ଲକ୍। ୪ ଦିନ ଧରି ଲୋକେ ପାଣି ଘେରରେ ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ରିଲିଫ୍ ଦିଆଯାଇ ନଥିବା ଅଭିଯୋଗ ହୋଇଛି।

କେନ୍ଦ୍ରାପଡ଼ା ଧୋୟା ଅଞ୍ଚଳରେ ବନ୍ୟାର କରାଳ ରୂପ। ବଢ଼ି ପାଣିରେ ବୁଡ଼ିଛି ଗାଁ ଗଣ୍ଡା। ଘରଦ୍ୱାର ରାସ୍ତା ବୁଡ଼ିଛି। କୂଳ ନଳକୂଅ ସବୁ ବୁଡ଼ିଛି। ଅନେକ ସ୍ଥାନରେ ଉଚ୍ଚା ପିଣ୍ଡା ଥିବା ଘର ଅବଶ୍ୟ ବନ୍ୟା ଦାଉରୁ ବଂଚିଯାଇଛି। ହେଲେ ଘରୁ ବାହାରିବାର ଉପାୟ ନାହିଁ। ପିଲାଙ୍କ ସ୍କୁଲ ବନ୍ଦ, ବଜାର ସଉଦା ବନ୍ଦ, ଗାଈଗୋରୁଙ୍କ ଚରିବା ମଧ୍ୟ ବନ୍ଦ। ୪ ଦିନ ହେଲାଣି ବଢ଼ିପାଣିରେ ରୁନ୍ଧି ହୋଇଯାଇଛି ଲୋକଙ୍କ ଜୀବନ ଯାତ୍ରା।

ବ୍ରାହ୍ମଣୀ, ଖରସ୍ରୋତା ଓ କାଣି ନଦୀର ବନ୍ୟାରେ ଆଳି ବ୍ଲକରେ ୧୬, ପଟ୍ଟାମୁଣ୍ଡାଇ ବ୍ଲକରେ ୧୪ ଓ କେନ୍ଦ୍ରାପଡ଼ା ବ୍ଲକରେ ଗୋଟିଏ ପଞ୍ଚାୟତରେ ଏମିତି ସ୍ଥିତି ସବୁଠାରୁ ବଡ଼ ସମସ୍ୟା ସାଜିଛି। ପିଇବା ପାଣି ଓ ପଶୁ ଖାଦ୍ୟ ଲୋକଙ୍କ ପାଖରେ ସାଇତା ଖାଦ୍ୟ ବି ସରି ସରି ଆସିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos