ଲଗାଣ ବର୍ଷାରେ ସ୍ମାର୍ଟ ସିଟି ଅବସ୍ଥା ବେହାଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ରାଜଧାନୀର ସ୍ମାର୍ଟ ସିଟି ଭୁବନେଶ୍ୱର । ଗତକାଲି ସଂଧ୍ୟାରେ ରାଜଧାନୀ ଭୁବନେଶ୍ୱରରେ ମୁଷଳ ଧାରାରେ ବର୍ଷା ଲାଗି ରହିଥିଲା। ବର୍ଷା ପାଣି ନିଷ୍କାସିତ ହୋଇ ନ ପାରିବାରୁ ରାଜଧାନୀର ମୁଖ୍ୟ ରାସ୍ତାରେ ନଦୀର ଭ୍ରମ ସୃଷ୍ଟି ହୋଇଥିଲା । ରାଜଧାନୀର ବ୍ୟସ୍ତବହୁଳ ନୟାପଲ୍ଲୀ ଇସ୍କନ ମନ୍ଦିର ସମ୍ମୁଖରେ ପାଣି ଲହଡ଼ି ମାରିଥିଲା । ଜାତୀୟ ରାଜପଥରେ କାର୍‌ ଓ ବାଇକ୍‌ଗୁଡ଼ିକ ଅଧା ବୁଡ଼ିଯାଇଥିଲା । ପାଣି ଜମି […]

bbsr-1..

bbsr-1..

Niharika Rout
  • Published: Wednesday, 07 August 2019
  • Updated: 07 August 2019, 07:47 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ରାଜଧାନୀର ସ୍ମାର୍ଟ ସିଟି ଭୁବନେଶ୍ୱର । ଗତକାଲି ସଂଧ୍ୟାରେ ରାଜଧାନୀ ଭୁବନେଶ୍ୱରରେ ମୁଷଳ ଧାରାରେ ବର୍ଷା ଲାଗି ରହିଥିଲା। ବର୍ଷା ପାଣି ନିଷ୍କାସିତ ହୋଇ ନ ପାରିବାରୁ ରାଜଧାନୀର ମୁଖ୍ୟ ରାସ୍ତାରେ ନଦୀର ଭ୍ରମ ସୃଷ୍ଟି ହୋଇଥିଲା ।

ରାଜଧାନୀର ବ୍ୟସ୍ତବହୁଳ ନୟାପଲ୍ଲୀ ଇସ୍କନ ମନ୍ଦିର ସମ୍ମୁଖରେ ପାଣି ଲହଡ଼ି ମାରିଥିଲା । ଜାତୀୟ ରାଜପଥରେ କାର୍‌ ଓ ବାଇକ୍‌ଗୁଡ଼ିକ ଅଧା ବୁଡ଼ିଯାଇଥିଲା । ପାଣି ଜମି ରହିବାରୁ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ସେପଟେ ରାଜଧାନୀର କେନ୍ଦ୍ର ସ୍ଥଳ ମାଷ୍ଟରକ୍ୟାଣ୍ଟିନରେ ବି ସମାନ ଅବସ୍ଥା । ମାଷ୍ଟରକ୍ୟାଣ୍ଟିନଠାରୁ ରାଜମହଲ ଛକ ପର୍ଯ୍ୟନ୍ତ ରାସ୍ତା ବର୍ଷା ପାଣିରେ ପୁରା ବୁଡ଼ି ଯାଇଥିଲା। ପାଣି ପଶିଯିବାରୁ ବାଇକ୍‌ଗୁଡ଼ିକ ଯାଇ ପାରି ନ ଥିଲା।

ରାସ୍ତାରେ ଆଣ୍ଠୁଏ ପାଣିରେ ଲୋକେ ବାଇକ୍‌ ଠେଲୁଥିବା ଦେଖିବାକୁ ମିଳିଥିଲା । ଏମିତିକି କାର୍‌ଗୁଡ଼ିକ ରାସ୍ତାରେ ଜମିଥିବା ବର୍ଷା ପାଣିରେ ଅଧା ବୁଡ଼ିଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos