ସ୍ମାର୍ଟ ସିଟି ରାସ୍ତାରେ ମଣିଷ ଉଚ୍ଚର ପାଣି: ଇସ୍କନ ମନ୍ଦିର ସାମ୍ନା ରାସ୍ତାରେ ବନ୍ୟା ଭଳି ସ୍ଥିତି

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର)&lt;strong&gt;:&lt;/strong&gt; ବର୍ଷାରେ ବେହାଲ ରାଜଧାନୀ। ଆଜି ହୋଇଥିବା ଘଣ୍ଟାକର ବର୍ଷାରେ ଭୁବନେଶ୍ୱରର ତଳି ଅଞ୍ଚଳ କଥା ଛାଡନ୍ତୁ, ଜାତୀୟ ରାଜପଥରେ ମଣିଷ ଉଚ୍ଚର ପାଣି। ଆପଣ ଦେଖୁଥିବା ଏ ଦୃଶ୍ୟ ନୟାପଲ୍ଲୀ ଇସ୍କନ ମନ୍ଦିର ସାମ୍ନା ରାସ୍ତାର। ଦେଖନ୍ତୁ, କାର, ଅଟୋ କିଭଳି ପାଣିରେ ବୁଡିଯାଇଛି। ସ୍ମାର୍ଟ ସିଟିର ଜାତୀୟ ରାଜପଥରେ ବର୍ଷା ପାଣି ଜମି ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି। କେବଳ କାର, ଅଟୋ ନୁହେଁ ଅନେକ ବାଇକ୍ ମଧ୍ୟ ପାଣିରେ ବୁଡି ଯାଇଥିଲା। ଅନେକ ସମୟ ଧରି ରାଜଧାନୀ ରାଜରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଏହି ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ରାଜ୍ୟର ଅନ୍ୟ ଅଞ୍ଚଳ ଛାଡ଼ନ୍ତୁ ରାଜଧାନୀରେ ଏଭଳି ଅବସ୍ଥା ଦେଖି ଅନେକ ସରକାରଙ୍କୁ ସମାଲୋଚନା କରିଛନ୍ତି। କେହି କେହି କହିଛନ୍ତି ରାଜ୍ୟସରକାରଙ୍କ ଅନେକ ଯୋଜନା ମଧ୍ୟରେ ଏହା ମଧ୍ୟ ଏକ ଯୋଜନା ସାବ୍ୟସ୍ତ ହୋଇଛି। ଯାହାକୁ ୟୁଜର୍ସ ବିଜୁ ସମୁଦ୍ର ଯୋଜନା ନାଁରେ ନାମକରଣ କରିଛନ୍ତି।</p>

Ordigital Desk
  • Published: Saturday, 30 June 2018
  • Updated: 30 June 2018, 08:48 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର)&lt;strong&gt;:&lt;/strong&gt; ବର୍ଷାରେ ବେହାଲ ରାଜଧାନୀ। ଆଜି ହୋଇଥିବା ଘଣ୍ଟାକର ବର୍ଷାରେ ଭୁବନେଶ୍ୱରର ତଳି ଅଞ୍ଚଳ କଥା ଛାଡନ୍ତୁ, ଜାତୀୟ ରାଜପଥରେ ମଣିଷ ଉଚ୍ଚର ପାଣି। ଆପଣ ଦେଖୁଥିବା ଏ ଦୃଶ୍ୟ ନୟାପଲ୍ଲୀ ଇସ୍କନ ମନ୍ଦିର ସାମ୍ନା ରାସ୍ତାର। ଦେଖନ୍ତୁ, କାର, ଅଟୋ କିଭଳି ପାଣିରେ ବୁଡିଯାଇଛି। ସ୍ମାର୍ଟ ସିଟିର ଜାତୀୟ ରାଜପଥରେ ବର୍ଷା ପାଣି ଜମି ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି। କେବଳ କାର, ଅଟୋ ନୁହେଁ ଅନେକ ବାଇକ୍ ମଧ୍ୟ ପାଣିରେ ବୁଡି ଯାଇଥିଲା। ଅନେକ ସମୟ ଧରି ରାଜଧାନୀ ରାଜରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଏହି ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ରାଜ୍ୟର ଅନ୍ୟ ଅଞ୍ଚଳ ଛାଡ଼ନ୍ତୁ ରାଜଧାନୀରେ ଏଭଳି ଅବସ୍ଥା ଦେଖି ଅନେକ ସରକାରଙ୍କୁ ସମାଲୋଚନା କରିଛନ୍ତି। କେହି କେହି କହିଛନ୍ତି ରାଜ୍ୟସରକାରଙ୍କ ଅନେକ ଯୋଜନା ମଧ୍ୟରେ ଏହା ମଧ୍ୟ ଏକ ଯୋଜନା ସାବ୍ୟସ୍ତ ହୋଇଛି। ଯାହାକୁ ୟୁଜର୍ସ ବିଜୁ ସମୁଦ୍ର ଯୋଜନା ନାଁରେ ନାମକରଣ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos