ଫୁଲୁଛି ନଦୀ: ଉତ୍ତର ଓଡ଼ିଶାରେ ସ୍ଥିତି ସଙ୍ଗୀନ

ବାଲେଶ୍ୱର/ସୋର(ଓଡ଼ିଶା ରିପୋର୍ଟର): ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ଉତ୍ତର ଓଡ଼ିଶାର ପ୍ରମୁଖ ନଦୀଗୁଡିକରେ ଜଳସ୍ତର ବୃଦ୍ଧି ପାଇଛି। ଅନେକ ନଦୀ ବିପଦ ସଙ୍କେତ  ଉପରେ ପ୍ରବାହିତ ହେଉଛି ।  ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ପ୍ରବାହିତ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ବାରୁଣୀଘାଟରେ  ବୁଢ଼ାବଳଙ୍ଗ  ଟପିଛି ବିପଦ ସଂକେତ ।  ବିପଦ ସଂକେତ ଏଠାରେ ୮.୧୩ ମିଟର ଥିବବେଳେ  ଜଳସ୍ତର ୮.୨୨ମିଟର ରହିଛି । ବନ୍ୟା ଜଳ  ସଦର ବ୍ଲକ୍‌ର ତଳିଆ […]

bb

bb

Tapas Behera
  • Published: Saturday, 13 October 2018
  • Updated: 13 October 2018, 05:21 PM IST

Sports

Latest News

ବାଲେଶ୍ୱର/ସୋର(ଓଡ଼ିଶା ରିପୋର୍ଟର): ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ଉତ୍ତର ଓଡ଼ିଶାର ପ୍ରମୁଖ ନଦୀଗୁଡିକରେ ଜଳସ୍ତର ବୃଦ୍ଧି ପାଇଛି। ଅନେକ ନଦୀ ବିପଦ ସଙ୍କେତ  ଉପରେ ପ୍ରବାହିତ ହେଉଛି ।  ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ପ୍ରବାହିତ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ବାରୁଣୀଘାଟରେ  ବୁଢ଼ାବଳଙ୍ଗ  ଟପିଛି ବିପଦ ସଂକେତ ।  ବିପଦ ସଂକେତ ଏଠାରେ ୮.୧୩ ମିଟର ଥିବବେଳେ  ଜଳସ୍ତର ୮.୨୨ମିଟର ରହିଛି । ବନ୍ୟା ଜଳ  ସଦର ବ୍ଲକ୍‌ର ତଳିଆ ଅଞ୍ଚଳରେ ମଧ୍ୟ ପଶିଛି।

ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଂକେତ ୫.୫  ମିଟର ଥିବାବେଳେ ଜଳସ୍ତର ୬.୫ ମିଟର ରହିଛି ସୋନ ନଦୀରେ ମଧ୍ୟ ପ୍ରବାହିତ ହେଉଛି ବନ୍ୟା ଜଳ।  କାଆଁଶ ପଞ୍ଚାୟତର ୫ଟି ଗାଁ ଜଳମଗ୍ନ ହୋଇଛି। ସୁନେଇ ଓ କାଳ ଡ୍ୟାମର ଗୋଟିଏ ଲେଖାଏଁ ଗେଟ୍ ଖୋଲିବା ଯୋଗୁଁ ନଦୀରେ ଜଳସ୍ତର  ବୃଦ୍ଧି ପାଇଛି।

ସେହିପରି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଥିବା କାଂଶବାଂଶ ନଦୀର ଜଳସ୍ତର ବଢିବାରେ ଲାଗିଛି ।  ନଦୀର ବିପଦସଙ୍କେତ ୭ ଦଶମିକ ୫ରେ  ଥିବାବେଳେ

ଏବେ ଜଳସ୍ତର ଅଧିକ ହେବାରୁ ରାସ୍ତାଘାଟ ବୁଡି ଯିବା ସହିତ ପାଖାପାଖି ଅନେକ ଗାଁଗୁଡିକରେ ପାଣି ପଶି ଯାଇଥିବା ଜଣାପଡିଛି । ଫଳରେ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନଦୀ ପାଣି ବିଲରେ ପଶି ଧାନ ଫସଲ ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।

ସେହିପରି ଲଗାଣ ବର୍ଷା ନେଇ ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ବିପଦସଙ୍କେତ ଉପରେ ରହିଛି ବୈତରଣୀ ନଦୀ।   ଏଠାରେ ବିପଦ ସଙ୍କେତ ୧୭  ଦଶମିକ ୮୩ ମିଟରକୁ ଅତିକ୍ରମ କରିଛି  ବନ୍ୟାଜଳ।  ତେବେ ୩ ଘଣ୍ଟା ଧରି ଜଳପତ୍ତନ ସ୍ଥିର ଥିବାରୁ ବୈତରଣୀରେ ବନ୍ୟାଜଳ ହ୍ରାସ ପାଇବା ସମ୍ଭାବନା ରହିଛି  । ଘଟଣାସ୍ଥଳରେ ଜିଲ୍ଲାପାଳ ଓ ବୈତରଣୀ ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story