ବାଘମାରି ଓ ସାରୁଅରେ ଜାତୀୟ ରାଜପଥ ସିଲ୍

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ-୫୭ ଉପରେ ୨ଫୁଟର ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ପ୍ରଶାସନ ସେହି ରାସ୍ତାକୁ ସିଲ୍ କରି ଦେଇଛି। କୌଣସି ଅଘଟଣ ନ ଘଟିବା ଆଶଙ୍କାରେ ପ୍ରଶାସନ ବାଘମାରି ଓ ସାରୁଅଠାରେ ଜାତୀୟ ରାଜପଥ-୫୭କୁ ପ୍ରଶାସନ ସିଲ୍ କରିଛି। ଆଜି ସକାଳେ ବାଘମାରିରେ ବନ୍ୟା ଜଳ ପ୍ରବାହିତ ହୋଇ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ-୫୭ ବୁଡ଼ିଯାଇଥିଲା। ରାସ୍ତା ଉପରେ ୨ଫୁଟ୍ ଉଚ୍ଚରେ ପାଣି ଚାଲୁଥିଲା। ମହାନଦୀର ଶାଖା ନଦୀ ରଣ ନଦୀର ବନ୍ୟା ପାଣି […]

Baghamari

Baghamari

Tapaswini Nayak
  • Published: Wednesday, 17 August 2022
  • Updated: 17 August 2022, 12:11 PM IST

Sports

Latest News

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ-୫୭ ଉପରେ ୨ଫୁଟର ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ପ୍ରଶାସନ ସେହି ରାସ୍ତାକୁ ସିଲ୍ କରି ଦେଇଛି। କୌଣସି ଅଘଟଣ ନ ଘଟିବା ଆଶଙ୍କାରେ ପ୍ରଶାସନ ବାଘମାରି ଓ ସାରୁଅଠାରେ ଜାତୀୟ ରାଜପଥ-୫୭କୁ ପ୍ରଶାସନ ସିଲ୍ କରିଛି।

ଆଜି ସକାଳେ ବାଘମାରିରେ ବନ୍ୟା ଜଳ ପ୍ରବାହିତ ହୋଇ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ-୫୭ ବୁଡ଼ିଯାଇଥିଲା। ରାସ୍ତା ଉପରେ ୨ଫୁଟ୍ ଉଚ୍ଚରେ ପାଣି ଚାଲୁଥିଲା। ମହାନଦୀର ଶାଖା ନଦୀ ରଣ ନଦୀର ବନ୍ୟା ପାଣି ଆସିବା ଯୋଗୁ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହୋଇଥିଲା। ଫଳରେ ଯାତାୟାତରେ ବାଧାପ୍ରାପ୍ତ ହୋଇଥିଲା।

ସେହିପରି ବିରୂପା ନଦୀର ବନ୍ୟା ଆସିବାରୁ ଚୌଦ୍ୱାର-ମଣ୍ଡାପଡ଼ା ରାସ୍ତାରେ ୨ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି।  ରାସ୍ତାରେ ପାଣି ଚାଲୁଥିବାରୁ ଯାତାୟାତରେ ବାଧାପ୍ରାପ୍ତ ହୋଇଛି।

ଜଗତସିଂହପୁର ଜିଲ୍ଲା ପାରାଦୀପର ହଂସୁରା-ସରଳି ରାସ୍ତାରେ ବନ୍ୟାଜଳ ପ୍ରବାହିତ ହୋଇଛି। ପାଇକା ନଦୀରେ ବିରାଟ ଘାଇ ସୃଷ୍ଟି ହେବାରୁ ୨ କିମି ଯାଏ ରାସ୍ତା ଉପରେ ପ୍ରାୟ ୨ ଫୁଟ୍‌ର ପାଣି ପ୍ରବାହିତ ହେଉଛି।  ରାସ୍ତା ବୁଡ଼ିଯିବାରୁ ୪ଟି ପଞ୍ଚାୟତ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos