ଦେଢ଼ମାସ ବିତିଲା, ଚୂଡ଼ାନ୍ତ ହୋଇ ପାରିଲେନି ଫୁଡ୍ କମିଶନର

ଭୁବନେଶ୍ୱର: ରାଜ୍ୟ ଫୁଡ୍ କମିଶନ ଗଠନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖାଦ୍ୟ ଯୋଗାଣ ବିଭାଗ ଏ ନେଇଡ୍ରାଫ୍ଟ ନୋଟିଫିକେସନ ପ୍ରକାଶ କରିବାର ଦେଢମାସ ପରେ ବି କିଏ କମିଶନର ଅଧ୍ୟକ୍ଷ ହେବେ, ସଦସ୍ୟ କିଏ ରହିବେ ତାହା ଚୂଡ଼ାନ୍ତ ହୋଇପାରୁନି। ଅନ୍ୟପକ୍ଷରେ ଯୋଗ୍ୟ ହତାଧିକାରୀ ଚିହ୍ନଟ ପ୍ରକ୍ରିୟାକୁ ନେଇ ଏବେ ବି ଛକାପଞ୍ଝା ଲାଗି ରହିଛି। ଗତ ଜାନୁୟାରୀ ମାସ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ଫୁଡ୍ କମିଶନ ଗଠନ ନେଇ ଡ୍ରାପ୍ଟ ନୋଟିଫକେସନ ପ୍ରକାଶ […]

food

food

Rakesh Mallick
  • Published: Wednesday, 09 March 2016
  • Updated: 10 March 2016, 04:13 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ଫୁଡ୍ କମିଶନ ଗଠନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖାଦ୍ୟ ଯୋଗାଣ ବିଭାଗ ଏ ନେଇଡ୍ରାଫ୍ଟ ନୋଟିଫିକେସନ ପ୍ରକାଶ କରିବାର ଦେଢମାସ ପରେ ବି କିଏ କମିଶନର ଅଧ୍ୟକ୍ଷ ହେବେ, ସଦସ୍ୟ କିଏ ରହିବେ ତାହା ଚୂଡ଼ାନ୍ତ ହୋଇପାରୁନି। ଅନ୍ୟପକ୍ଷରେ ଯୋଗ୍ୟ ହତାଧିକାରୀ ଚିହ୍ନଟ ପ୍ରକ୍ରିୟାକୁ ନେଇ ଏବେ ବି ଛକାପଞ୍ଝା ଲାଗି ରହିଛି।

ଗତ ଜାନୁୟାରୀ ମାସ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ଫୁଡ୍ କମିଶନ ଗଠନ ନେଇ ଡ୍ରାପ୍ଟ ନୋଟିଫକେସନ ପ୍ରକାଶ କରିଥିଲା। ୧୫ଦିନ ମଧ୍ୟରେ ଆପତ୍ତି ଅଭିଯୋଗ ଶୁଣାଣି ପାଇଁ ଏଥିରେ କୁହାଯାଇଥିଲା। କମିଶନରେ ଜଣେ ଅଧ୍ୟକ୍ଷ ଓ ୬ ଜଣ ସଦସ୍ୟ ରହିବେ ବୋଲି କୁହାଯାଇଥିଲା। ଏହା ମଧ୍ୟରେ ଦେଢ଼ମାସ ବିତି ଯାଇଥିଲେ ବି କିଏ ଅଧ୍ୟକ୍ଷ ହେବ ତାହା ସ୍ପଷ୍ଟ ହୋଇନାହିଁ କି ସଦସ୍ୟ ଚୟନ ହୋଇପାରିନାହାନ୍ତି। ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ଅଭିଯୋଗ ଶୁଣାଣି ପାଇଁ ରାଜ୍ୟ ସ୍ତରରେ ଫୁଡ କମିଶନ ଓ ଜିଲ୍ଲା ସ୍ତରରେ ମନିଟରିଂ କମିଟି ରହିବ। ତେବେ ଚୂଡ଼ାନ୍ତ ବିଜ୍ଞାପ୍ତି ପ୍ରକାଶ ପାଇ ନ ଥିବାରୁ ହିତାଧିକାରୀ କେଉଁଠି ଅଭିଯୋଗ କରିବେ ତାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ବିରୋଧୀ ଏଥିପାଇଁ ସରକାରଙ୍କୁ ଦାୟୀ କରିଛନ୍ତି।

କଂଗ୍ରେସର ବରିଷ୍ଠ ନେତା ସୁଲୋଚନା ଦାସ କହିଛନ୍ତି,“ରାଜ୍ୟ ସରକାର ନୋଟିଫିକେସନ କରି ଭୁଲି ଯାଇଛନ୍ତି। କେବଳ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି।”

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, “ତୁମେ ତ ରାଜ୍ୟରେ ଫୁଡ୍ କମିଶନ କରିନାହାନ୍ତ। ଏହାର କମିଟି ଜିଲ୍ଲା ଓ ବ୍ଲକସ୍ତରରେ କରିବ ବୋଲି କହୁଛ। ଏହା ମାଧ୍ୟମରେ ବ୍ୟାପକ ଦୁର୍ନୀତି ହେଉଛି। ଦୁର୍ନୀତି କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଆଇନକୁ କାର୍ଯ୍ୟକାରୀ କରୁନାହାନ୍ତି।”

ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି, “ଜଣେ କମିଶନଙ୍କୁ ଦାୟିତ୍ୱ ଦିଆଯାଇଛି। ବିଧିବଦ୍ଧ ଭାବେ କମିଶନ ନିଯୁକ୍ତି ପାଇଁ ଶୀଘ୍ର ରାଜ୍ୟ ସରକାର ପଦକ୍ଷେପ ନେବେ।”

ଅନ୍ୟପକ୍ଷରେ ପ୍ରକୃତ ହିତାଧିକାରୀ ଚୟନକୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ୬ଟି ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ୮୩ ହଜାର ୪୯୮ ଜଣ ହିତାଧିକାରୀ ଅଧିକ ଥିବାରୁ ଏହା ବିଭାଗର ମୁଣ୍ଡ ବିନ୍ଧା ବଢ଼ାଇ ଦେଇଛି। ବହୁ ଜିଲ୍ଲାରେ ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଡ ପଡ଼ି ରହିଥିଲେ ମଧ୍ୟ ହିତାଧିକାରୀ ନେବାକୁ ଆସି ନାହାନ୍ତି।

ଏ ନେଇ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି, “୬ଟି ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ହିତାଧିକାରୀ ରହିଛନ୍ତି। ଯଦି ସେମାନଙ୍କ ମଧ୍ୟରେ କେହି ଅଯୋଗ୍ୟ ହିତାଧିକାରୀ ଥିବେ ତେବେ ସେମାନଙ୍କୁ ବାଦ୍‌ ଦେବାକୁ ସଂପୃକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ କୁହାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story