ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ସଦର ରେଞ୍ଜ ଗଦାଶିଳା ବିଟ୍ ହାଉସ୍ରୁ ଜଣେ ଫରେଷ୍ଟ ଗାର୍ଡଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ତପନ କୁମାର ଦାସ। ଗତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ତପନଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ପକ୍ଷରୁ ସଙ୍ଗୀନ ଅଭିଯୋଗ ହୋଇଛି। ତପନଙ୍କ ବଡ଼ ଭାଇ ରଶ୍ଜିରଞ୍ଜନ ଦାସ ମଧ୍ୟ କାମାକ୍ଷାନଗର ରେଞ୍ଜରେ ଫରେଷ୍ଟ ଗାର୍ଡ ଭାବେ କାମ କରନ୍ତି। ଉପରିସ୍ଥ ଅଧିକାରୀଙ୍କ ମାନସିକ ନିର୍ଯାତନା ସହି ନ ପାରି ତପନ ଏଭଳି କରିଥିବା ତାଙ୍କ ବଡ଼ ଭାଇ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଉପରିସ୍ଥ ଅଧିକାରୀ ଓ ଏସିଏଫ୍ ଖଣ୍ଡନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।