ଭୁବନେଶ୍ୱର: ଚାରି ଜଣ ଆଇପିଏସ୍ ଅଫିସର ଡିଆଇଜି ଭାବେ ପଦୋନ୍ନତି ପାଇଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ଡିଆଇଜି ଭାବେ ପଦୋନ୍ନତି ପାଇଥିବା ଏହି ଆଇପିଏସ୍ ଅଫିସରମାନେ ହେଉଛନ୍ତି ଅନୁଗୋଳ ଏସ୍ପି କବିତା ଜଲାନ, ସୁନ୍ଦରଗଡ଼ ଏସ୍ପି ନିଖିଲ କାନୋଡିଆ, ଡେପୁଟେସନରେ ଥିବା ହିମାଂଶୁଲାଲ ଓ ସଫିନ୍ ଅହମ୍ମଦ।
ସେହିପରି ଚାରି ଜଣ ଆଇପିଏସ୍ଙ୍କୁ ସିଲେକ୍ସନ ଗ୍ରେଡ୍କୁ ପଦୋନ୍ନତି ମିଳିଛି। ସେମାନେ ହେଲେ ଦୀପକ କୁମାର, ଆଶିଷ ସିଂହ, ନୀତିନଜିତ୍ ଓ ସତ୍ୟବ୍ରତ ଭୋଇ।
ନିଲମ୍ବିତ ଆଇପିଏସ୍ ଅଫିସର ସତୀଶ ଗଜଭିୟେଙ୍କୁ ପଦୋନ୍ନତି ମିଳିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।