ଭୁବନେଶ୍ୱର/ଝାରସୁଗୁଡ଼ା: ସଡ଼କ ଦୁର୍ଘଟଣାରେ ୪ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଦୁଇଟି ପୃଥକ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି।
ଝାରସୁଗୁଡ଼ାର ବେଲପାହାଡ଼-ଲଖନପୁର ରାସ୍ତାର କୁଡ଼ାଲୋଇ ଠାରେ ଟ୍ରେଲର ଧକ୍କାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ ସ୍କୁଟିରେ ଯାଉଥିବା ବେଳେ ଟ୍ରେଲରଟି ସେମାନଙ୍କୁ ଧକ୍କା ଦେଇଥିଲା।
ସେହିପରି ଭୁବନେଶ୍ୱରର ଘାଟିକିଆ ଛକରେ ଏକ ବାଇକ୍ ହାଇୱା ପଛରେ ପିଟି ହୋଇଯିବାରୁ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି।
ମୃତକମାନଙ୍କ ପରିଚୟ ମିଳିପାରି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।