ପଲସରରେ ଆସିଲେ, ଝାମ୍ପିନେଲେ ୧୮ଲକ୍ଷ

ଆଠଗଡ଼(ନୀଳକଣ୍ଠ ଦୋରା): ୧୮ ଲକ୍ଷ ଟଙ୍କା ନେଇ ଢ଼େଙ୍କାନାଳରୁ କଟକ ଯାଉଥିଲେ। ହେଲେ ବାଟରେ ଟଙ୍କା ବ୍ୟାଗ ଛଡ଼ାଇ ନେଲେ ଦୁର୍ବୃତ୍ତ। ଏପରି  ଲୁଟ୍‌ ଘଟଣା କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତାୟ ରାଜପଥ ରାଧାକିଶପୁର ଓଭରବ୍ରିଜ ନିକଟରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ, ଏକ ଘରୋଇ କମ୍ପାନୀର ମ୍ୟାନେଜେର ସନ୍ତୋଷ ରାଜ ଆଜି ୧୮ଲକ୍ଷ […]

loot----iii

loot----iii

Tapaswini Nayak
  • Published: Tuesday, 29 October 2019
  • Updated: 29 October 2019, 01:50 PM IST

Sports

Latest News

ଆଠଗଡ଼(ନୀଳକଣ୍ଠ ଦୋରା): ୧୮ ଲକ୍ଷ ଟଙ୍କା ନେଇ ଢ଼େଙ୍କାନାଳରୁ କଟକ ଯାଉଥିଲେ। ହେଲେ ବାଟରେ ଟଙ୍କା ବ୍ୟାଗ ଛଡ଼ାଇ ନେଲେ ଦୁର୍ବୃତ୍ତ। ଏପରି  ଲୁଟ୍‌ ଘଟଣା କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତାୟ ରାଜପଥ ରାଧାକିଶପୁର ଓଭରବ୍ରିଜ ନିକଟରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ, ଏକ ଘରୋଇ କମ୍ପାନୀର ମ୍ୟାନେଜେର ସନ୍ତୋଷ ରାଜ ଆଜି ୧୮ଲକ୍ଷ ଟଙ୍କା ନେଇ ଢେଙ୍କାନାଳରୁ କଟକ ଅଭିମୁଖେ ଯାଉଥିଲେ। ଏହି ସମୟରେ ରାଧାକିଶପୁର ଓଭରବ୍ରିଜ ନିକଟରେ ଦୁଇଟି ପଲସରରେ ଚାରିଜଣ ଯୁବକ ଆସି ସନ୍ତୋଷଙ୍କୁ ଅଟକାଇଥିଲେ। ପ୍ରଥମେ ଦୁର୍ବୃତ୍ତମାନେ  ଗାଡି ଚାବି ଛଡ଼ାଇ ନେଇ ଯାଇଥିଲେ। ପରେ ସେମାନେ ସନ୍ତୋଷଙ୍କୁ ଧମକ ଚମକ ଦେଇ ଟଙ୍କା ବ୍ୟାଗ୍ ଓ ମୋବାଇଲ ଛଡ଼ାଇ ନେଇ ଯାଇଥିଲେ। ସନ୍ତୋଷଙ୍କ ବ୍ୟାଗରେ ୧୮ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି। ଏନେଇ ସନ୍ତୋଷ ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରିଛନ୍ତି। ସନ୍ତୋଷଙ୍କ ଘର ଢେଙ୍କାନାଳ ଜିଲ୍ଲାର କାଇମାଟି ଅଞ୍ଚଳରେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos