ଲାଲ୍‌ବାହିନୀ ହାତ ଛାଡ଼ିଥିଲେ ବୋଲି...

ମାଲକାନଗିରି(ଓଡ଼ିଶା ରିପୋର୍ଟର): ନୀରିହ ଆଦିବାସୀ ଲାଲ୍‌ବାହିନୀ ହାତ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲେ। ଏଥିରେ ପ୍ରତିଶୋଧପରାୟଣା ହୋଇ ମାଓବାଦୀମାନେ ୧୦ ଦିନ ତଳେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଗରିଆଗୁଡ଼ା ଗାଁରୁ ୮ ଜଣଙ୍କୁ ରାତିରେ ଉଠାଇ ନେଇଥିଲେ। ତୁଳସୀପାହାଡ଼ ଦଣ୍ଡପଦରେ ବସିଥିବା ପ୍ରଜାକୋର୍ଟରେ ବିଚାର ପରେ ୪ ଜଣଙ୍କୁ ଛାଡ଼ି ଦେଇଥିଲେ। ତେବେ ପରଦେଶୀ ଦୁରୁଆ, ସୀତାରାମ ଦୁରୁଆ, ପଦିଆ କବାସୀ ଓ ମୁସିକ ଦୁରୁଆଙ୍କୁ ଅଟକ ରଖି ନିସ୍ତୁକ ମାଡ଼ […]

naxal attack -in odisha

naxal attack -in odisha

Rakesh Mallick
  • Published: Sunday, 21 January 2018
  • Updated: 21 January 2018, 10:14 AM IST

Sports

Latest News

ମାଲକାନଗିରି(ଓଡ଼ିଶା ରିପୋର୍ଟର): ନୀରିହ ଆଦିବାସୀ ଲାଲ୍‌ବାହିନୀ ହାତ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲେ। ଏଥିରେ ପ୍ରତିଶୋଧପରାୟଣା ହୋଇ ମାଓବାଦୀମାନେ ୧୦ ଦିନ ତଳେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଗରିଆଗୁଡ଼ା ଗାଁରୁ ୮ ଜଣଙ୍କୁ ରାତିରେ ଉଠାଇ ନେଇଥିଲେ। ତୁଳସୀପାହାଡ଼ ଦଣ୍ଡପଦରେ ବସିଥିବା ପ୍ରଜାକୋର୍ଟରେ ବିଚାର ପରେ ୪ ଜଣଙ୍କୁ ଛାଡ଼ି ଦେଇଥିଲେ। ତେବେ ପରଦେଶୀ ଦୁରୁଆ, ସୀତାରାମ ଦୁରୁଆ, ପଦିଆ କବାସୀ ଓ ମୁସିକ ଦୁରୁଆଙ୍କୁ ଅଟକ ରଖି ନିସ୍ତୁକ ମାଡ଼ ମାରି ଥିଲେ। ଏତେ ଜୋରରେ ପିଟିଥିଲେ ଯେ ସେମାନେ ଚାଲି ପାରୁ ନଥିଲୁ। ବହୁ କଷ୍ଟରେ ଧରାଧରି ହୋଇ ଗାଁ ମୁଣ୍ଡରେ ପହଞ୍ଚିଥିଲୁ। ତା’ପର ଦିନ ସକାଳେ ପରିବାର ଲୋକେ ଆମକୁ ସାଇକେଲ୍‌ରେ ଘରକୁ ଆଣିଥିଲେ। ମାଡ଼ ହେବାର ୧୦ ଦିନ ପରେ ମଧ୍ୟ ପିଠି, ହାତ ଓ ଗୋଡ଼ରେ ରହିଛି କ୍ଷତ ଚିହ୍ନ। ଏହି କ୍ଷତି ଚିହ୍ନ ହିଁ ବୟାନ କରୁଛି ମାଡ଼ କେତେ ଭୟଙ୍କର ଥିଲା। ଏହି ଘଟଣା ପରେ ଏବେ ଗାଁରେ ଭୟର ବାତାବରଣ ଖେଳି ଯାଇଛି।

ମାଓ କବଳରୁ ମୁକୁଳିଥିବା ଜଣେ କହିଛନ୍ତି-“ଲାଲ୍‌ ବାହିନୀ ହାତ ଛାଡ଼ିଥିବାରୁ ମାଓବାଦୀ ମୋତେ ଘରୁ ଡାକି ଏକ ଠେଙ୍ଗାରେ ପାଦକୁ ପିଟି ଥିଲେ। ପରେ ଗାଲ ଓ ଦେହରେ ଚାପୁଡ଼ା ଏବଂ ବିଧା ମାରିଥିଲେ। ତା’ପରେ ପ୍ରଜାକୋର୍ଟକୁ ନେଇ ମଧ୍ୟ ମାରିଥିଲେ। ଆଗକୁ ଭୁଲ କଲେ ତଣ୍ଟି କାଟି ହତ୍ୟା କରାଯିବ ବୋଲି ମାଓବାଦୀମାନେ ଧମକ ଦେଇ ଛାଡ଼ିଲେ।”

ଆଉ ଜଣେ କହିଛନ୍ତି-“କାମ କରି ଘର ବାରଣ୍ଡାରେ ବସିଥିଲି। ରାତି ପ୍ରାୟ ୮ ଟା ହେବ। ମାଓବାଦୀମାନେ ଆସି ମୋତେ ଧରି ମାଡ଼ ମାରିଲେ। ପରେ ଜଙ୍ଗଲୀ ରାସ୍ତାରେ ମାଓ କ୍ୟାମ୍ପକୁ ନେଇ ଯାଇଥିଲେ। ସେଠାରେ ମଧ୍ୟ ମାଓବାଦୀମାନେ ମୋତେ ମାଡ଼ ମାରିଥିଲେ। ମାଓବାଦୀଙ୍କୁ ସମର୍ଥନ କରିବୁ ବୋଲି କହିବାରୁ ଆମକୁ ଛାଡ଼ି ଥିଲେ। ମାଡ଼ ଏତେ ଭୟଙ୍କର ଥିଲା ଯେ ଏବେ ଆମେ ଉଠି ପାରୁ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos