୪ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ନିଜର ୪ଜଣ ଅଫିସରଙ୍କୁ ଆଜି ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏହି ଅଫିସରମାନଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ଥିବାବେଳେ ସେମାନଙ୍କୁ ଆଗୁଆ ଅବସର ଦିଆଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଢେଙ୍କାନାଳ ଆରଟିଓ ବସନ୍ତ କୁମାର ବେହେରା, ଉପ ଅବକାରୀ କମିଶନର ଦିଲ୍ଲୀପ କୁମାର ନାଗ, ଖଡ଼ିଆଳ ଡିଭିଜନରେ କାର୍ଯ୍ୟରତ ଉପ ବନ ସଂରକ୍ଷକ ଶରତ ଚନ୍ଦ୍ର ପଣ୍ଡା ଓ ନିଲମ୍ବିତ ସହାୟକ ଯୋଗାଣ ଅଧିକାରୀ ଅଶୋକ କୁମାର ମାଝୀଙ୍କୁ ଏହି ବାଧ୍ୟତାମୂଳକ ଅବସର […]

64e

64e

Tapas Behera
  • Published: Friday, 04 October 2019
  • Updated: 04 October 2019, 07:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ନିଜର ୪ଜଣ ଅଫିସରଙ୍କୁ ଆଜି ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏହି ଅଫିସରମାନଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ଥିବାବେଳେ ସେମାନଙ୍କୁ ଆଗୁଆ ଅବସର ଦିଆଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଢେଙ୍କାନାଳ ଆରଟିଓ ବସନ୍ତ କୁମାର ବେହେରା, ଉପ ଅବକାରୀ କମିଶନର ଦିଲ୍ଲୀପ କୁମାର ନାଗ, ଖଡ଼ିଆଳ ଡିଭିଜନରେ କାର୍ଯ୍ୟରତ ଉପ ବନ ସଂରକ୍ଷକ ଶରତ ଚନ୍ଦ୍ର ପଣ୍ଡା ଓ ନିଲମ୍ବିତ ସହାୟକ ଯୋଗାଣ ଅଧିକାରୀ ଅଶୋକ କୁମାର ମାଝୀଙ୍କୁ ଏହି ବାଧ୍ୟତାମୂଳକ ଅବସର ଦିଆଯାଇଛି। ଗତବର୍ଷ ଭିଜିଲାନ୍ସ ବିଭାଗ ପକ୍ଷରୁ ଆରଟିଓ ଶ୍ରୀ ବେହେରାଙ୍କ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୩.୬ କୋଟି ଟଙ୍କାର ଆୟବର୍ହିଭୁତ ସମ୍ପତ୍ତି ଜବତ କରିଥିଲା।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ଅଭିଯୋଗ ଥିବା ୩୭ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଥିବାବେଳେ ୬ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos