ଧାନ ବେଙ୍ଗଳା ବେଳେ ମେସିନ୍‌ରେ ପଡ଼ିଗଲା ୪ ବର୍ଷର ଶିଶୁ

ଝାରସୁଗୁଡ଼ା (ଭାଗୀରଥି ସାହୁ): ଖଳାରେ ଧାନ ବେଙ୍ଗଳା ଚାଲିଥିବା ବେଳେ ମେସିନ୍‌ରେ ପଡ଼ି ପ୍ରାଣ ହରାଇଛି ଏକ ଚାରି ବର୍ଷର ଶିଶୁ ପୁତ୍ର। ଘଟଣାଟି ଘଟିଛି ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ବରଙ୍ଗାମାଲ ଗାଁରେ। ଆଜି ସକାଳେ ଗାଁର କୃଷ୍ଣଚନ୍ଦ୍ର ଭୋଇ ତାଙ୍କ ଖଳାରେ ଥ୍ରେସର୍ ମେସିନ୍ ଯୋଗେ ଧାନ ବେଙ୍ଗଳା କରୁଥିଲେ। ସେଠାରେ ତାଙ୍କ ଚାରି ବର୍ଷର ପୁଅ ଖେଳୁଥିଲା। ବାରମ୍ବାର ମନା କରିବା ସତ୍ତ୍ୱେ ଛୁଆଟି ସେଠାରେ ଖେଳୁଥିଲେ। ଛୁଆଟି ସମସ୍ତ ଅଲକ୍ଷ୍ୟରେ […]

deadbody

deadbody

Jitendra Garnayak
  • Published: Friday, 07 December 2018
  • Updated: 07 December 2018, 11:44 AM IST

Sports

Latest News

ଝାରସୁଗୁଡ଼ା (ଭାଗୀରଥି ସାହୁ): ଖଳାରେ ଧାନ ବେଙ୍ଗଳା ଚାଲିଥିବା ବେଳେ ମେସିନ୍‌ରେ ପଡ଼ି ପ୍ରାଣ ହରାଇଛି ଏକ ଚାରି ବର୍ଷର ଶିଶୁ ପୁତ୍ର। ଘଟଣାଟି ଘଟିଛି ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ବରଙ୍ଗାମାଲ ଗାଁରେ।

ଆଜି ସକାଳେ ଗାଁର କୃଷ୍ଣଚନ୍ଦ୍ର ଭୋଇ ତାଙ୍କ ଖଳାରେ ଥ୍ରେସର୍ ମେସିନ୍ ଯୋଗେ ଧାନ ବେଙ୍ଗଳା କରୁଥିଲେ। ସେଠାରେ ତାଙ୍କ ଚାରି ବର୍ଷର ପୁଅ ଖେଳୁଥିଲା। ବାରମ୍ବାର ମନା କରିବା ସତ୍ତ୍ୱେ ଛୁଆଟି ସେଠାରେ ଖେଳୁଥିଲେ।

ଛୁଆଟି ସମସ୍ତ ଅଲକ୍ଷ୍ୟରେ ଅସାବଧାନତା ବଶତଃ ମେସିନ୍ ଭିତରେ ପଶି ଯାଇଥିଲା। ତାକୁ ଗୁରୁତର ଅବସ୍ଥାରେ ଟିଆର୍‌ଏଲ୍ ହସ୍ପିଟାଲ୍‌କୁ ଅଣାଯାଇଥିଲା। ତେବେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos