୧୪ ମାସର କାମକୁ ୬ ବର୍ଷ ଲାଗିଲାଣି, ତଥାପି ସରୁନି

ବାସୁଦେବପୁର (କିରୀଟି ଦାସ): ଗାଁ ହେଉ କି ସହର, ଲୋ-ଭୋଲଟେଜ୍ ସମସ୍ୟା ରହିବ ନାହିଁ। ଲୋକଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ମିଳିବ। ଏହି ଉଦ୍ଦେଶ୍ୟ ନେଇ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ୩୩ /୧୧ କେଭି ଟ୍ରାନ୍ସଫର୍ମର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି କ୍ରମରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ର ପଦ୍ମପୁରରେ ୩୩ /୧୧କେଭି ଟ୍ରାନ୍ସଫର୍ମ ବସାଇବା ପାଇଁ ଶକ୍ତି ବିଭାଗ ନିଷ୍ପତ୍ତି ନେଇଥିଲା। ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୦ଟି ପଞ୍ଚାୟତର ଲୋକମାନଙ୍କୁ ନିରବିଚ୍ଛିନ୍ନ […]

bhadrak-3...

bhadrak-3...

Tapaswini Nayak
  • Published: Friday, 06 September 2019
  • Updated: 06 September 2019, 02:48 PM IST

Sports

Latest News

ବାସୁଦେବପୁର (କିରୀଟି ଦାସ): ଗାଁ ହେଉ କି ସହର, ଲୋ-ଭୋଲଟେଜ୍ ସମସ୍ୟା ରହିବ ନାହିଁ। ଲୋକଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ମିଳିବ। ଏହି ଉଦ୍ଦେଶ୍ୟ ନେଇ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ୩୩ /୧୧ କେଭି ଟ୍ରାନ୍ସଫର୍ମର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି କ୍ରମରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ର ପଦ୍ମପୁରରେ ୩୩ /୧୧କେଭି ଟ୍ରାନ୍ସଫର୍ମ ବସାଇବା ପାଇଁ ଶକ୍ତି ବିଭାଗ ନିଷ୍ପତ୍ତି ନେଇଥିଲା।

ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୦ଟି ପଞ୍ଚାୟତର ଲୋକମାନଙ୍କୁ ନିରବିଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ୨୦୧୩ ମସିହାରେ ଏହି କାର୍ଯ୍ୟ ପାଇଁ ଶିଳାନ୍ୟାସ ଦିଆଯାଇଥିଲା। ଏଥିପାଇଁ ଆଠ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ୧୪ ମାସରେ କାମ ସରିବା ପାଇଁ ସ୍ଥିର କରାଯାଇଥିଲା। ଏହି କାମର ଦାୟିତ୍ୱ ଗୁପ୍ତା ପାୱାର କେବୁଲ୍ ନାମକ ଠିକା ସଂସ୍ଥାକୁ ଦିଆଯାଇଥିଲା। ହେଲେ ଶିଳାନ୍ୟାର ବର୍ଷେ ପରେ ୨୦୧୪ ମସିହା ଡିସେମ୍ୱର ମାସରେ କାମ ଆରମ୍ଭ ହୋଇଥିଲା। ପ୍ରସ୍ତାବିତ ସ୍ଥାନରେ ପାଚେରି ନିର୍ମାଣ ସହ ଘରକାମ ହୋଇଥିଲା। ତା’ସହିତ ଦୁଇଟି ଟ୍ରାନ୍ସଫର୍ମର ବସିଥିଲା ଓ ଆନୁସଙ୍ଗିକ ସରଞ୍ଜାମ ଲାଗିଥିଲା। ବାସ୍‌ ସେତିକି। ତା’ପରେ ଆଉ କାମ ଆଗେଇ ପାରୁନି।

କାମ ହେଉ ନଥିବା ଯୋଗୁ ଏଥିପାଇଁ ଅଣାଯାଇଥିବା ବିଭିନ୍ନ ସରଞ୍ଜାମ ଓ ଯନ୍ତ୍ରପାତି ପଡ଼ି ପଡ଼ି ନଷ୍ଟ ହେବାକୁ ବସିଲାଣି। ଶିଳାନ୍ୟାସର ୬ ବର୍ଷ ବିତିବାକୁ ବସିଥିବା ବେଳେ ଏହାର କାର୍ଯ୍ୟ ସରିବା ନେଇ ଏବେବି ଅନିଶ୍ଚିତତା ଜାରି ରହିଛି।

କାମ ଶେଷ ହେବାରେ ଅହେତୁକ ବିଳମ୍ବ ହେଉ ଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଲୋକେ ଲୋ-ଭୋଲ୍‌ଟେଜ୍‌ ଓ ବାରମ୍ବାର ବିଦ୍ୟୁତ୍‌ କାଟକୁ ନେଇ ପୂର୍ବ ଭଳି ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି।

ସ୍ଥାନୀୟ ବାସିନ୍ଦା ଉଗ୍ରସେନ ମହାନ୍ତି କହିଛନ୍ତି, “କାମ ଅଧା ହୋଇ ପଡ଼ିରହିଛି। ଯନ୍ତ୍ରପାତିରେ କଳଙ୍କି ଲାଗି ଗଲାଣି। ଉକ୍ତ ସ୍ଥାନରେ ବଡ଼ ବଡ଼ ଘାସ ଉଠିଲାଣି। କାମଟି ସରି ଯାଇଥିଲେ, ଲୋ-ଭୋଲଟେଜ୍ ଓ ବାରମ୍ବାର ବିଜୁଳି କାଟ୍ ସମସ୍ୟାରୁ ଗ୍ରାମବାସୀଙ୍କୁ ମୁକ୍ତି ମିଳିଥା’ନ୍ତା। ହେଲେ ସରକାରଙ୍କ ଦୃଷ୍ଟି ଏହା ଉପରେ ପଡ଼ୁନାହିଁ।”

ଅନ୍ୟପକ୍ଷରେ ଉକ୍ତ ଠିକା ସଂସ୍ଥା ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ସେହିପରି ଏନେଇ ବାସୁଦେବପୁରର ବିଦ୍ୟୁତ୍ ଉପଖଣ୍ଡ ଅଧିକାରୀ ବିପ୍ରେସ କୁମାରଙ୍କୁ ପଚରାଯିବାରେ ସେ କିଛି ସ୍ପଷ୍ଟ ଉତ୍ତର ଦେଇ ନଥିଲେ। କିଛି ଆଭ୍ୟନ୍ତରୀଣ ସମସ୍ୟା ଥିବା କଥା କହି ସେ କହିଥିଲେ ଯେ ଆସନ୍ତା ଡିସେମ୍ବର ମାସ ଭିତରେ କାମ ସାରିବାକୁ ଗୁପ୍ତା ପାୱାର ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story