ମୋଦିଙ୍କ ସମ୍ୱର୍ଦ୍ଧିତ ସଭାକୁ ଆସି ହଜି ଯାଇଥିବା ସୁଜାତା ଘରକୁ ଫେରିଲେ   

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ୱର୍ଦ୍ଧିତ ସଭାକୁ ଆସି ହଜି ଯାଇଥିଲେ ଆଜାଦ ହିଦ୍‌ ଫୌଜର ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ବୋହୂ ସୁଜାତା। ଗତକାଲି ତାଙ୍କୁ ବାଲେଶ୍ୱର ଷ୍ଟେସନ୍‌ରୁ ଉଦ୍ଧାର କରାଯାଇଥିଲା। ମାତ୍ର ପାଖରେ ଅର୍ଥ ନ ଥିବାରୁ ଘରକୁ ଫେରି ପାରୁନଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟୁଇଟ୍‌ ପରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଆଜି ତାଙ୍କୁ ଏକ ସ୍ୱତନ୍ତ୍ର ଗାଡ଼ିରେ ଜୟପୁର ସ୍ଥିତ ତାଙ୍କ ଘରକୁ ପଠାଇଛି। ତେବେ ବାଲେଶ୍ୱର ଛାଡ଼ିବା ବେଳେ […]

balasore-station

balasore-station

Rakesh Mallick
  • Published: Wednesday, 19 April 2017
  • Updated: 19 April 2017, 06:21 PM IST

Sports

Latest News

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ୱର୍ଦ୍ଧିତ ସଭାକୁ ଆସି ହଜି ଯାଇଥିଲେ ଆଜାଦ ହିଦ୍‌ ଫୌଜର ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ବୋହୂ ସୁଜାତା। ଗତକାଲି ତାଙ୍କୁ ବାଲେଶ୍ୱର ଷ୍ଟେସନ୍‌ରୁ ଉଦ୍ଧାର କରାଯାଇଥିଲା। ମାତ୍ର ପାଖରେ ଅର୍ଥ ନ ଥିବାରୁ ଘରକୁ ଫେରି ପାରୁନଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟୁଇଟ୍‌ ପରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଆଜି ତାଙ୍କୁ ଏକ ସ୍ୱତନ୍ତ୍ର ଗାଡ଼ିରେ ଜୟପୁର ସ୍ଥିତ ତାଙ୍କ ଘରକୁ ପଠାଇଛି। ତେବେ ବାଲେଶ୍ୱର ଛାଡ଼ିବା ବେଳେ ସୁଜାତା କହିଛନ୍ତି,“ଭବିଷ୍ୟତରେ ସମ୍ମାନ ପାଇଁ ଜୟପୁର ଛାଡ଼ି ଆଉ କୁଆଡେ ଯିବେନି।”

ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ସମ୍ୱର୍ଦ୍ଧିତ ହେବା ପାଇଁ ସ୍ୱାମୀ ସୁରେନ୍ଦ୍ର ପଣ୍ଡାଙ୍କ ସହ ଭୁବନେଶ୍ୱର ଆସିଥିଲେ ସୁଜାତା। ତେବେ ଘରକୁ ଫେରିବା ସମୟରେ ଉଭୟ ଭିନ୍ନଭିନ୍ନ ଟ୍ରେନ୍‌ରେ ଚଢ଼ି ଯାଇଥିଲେ। ଭୁଲ୍‌ରେ ସୁଜାତା ଉତ୍କଳ ଏକ୍ସପ୍ରେସରେ ଚଢ଼ି ବାଲେଶ୍ୱରରେ ଓହ୍ଲାଇଥିଲେ। ସେଠାରୁ ଜଣେ ଯୁବକ ସୁଜାତାଙ୍କୁ ନେଇ ଆର୍‌ପିଏଫ୍‌ଙ୍କ ଜିମା ଦେଇଥିଲେ।

ଅନ୍ୟପକ୍ଷରେ ଲକ୍ଷ୍ମୀ ଇନ୍ଦିରାଙ୍କ ନାତି ବାବୁଲି ପଣ୍ଡାଙ୍କ ସମ୍ପର୍କରେ ପର୍ତ୍ତା ମିଳୁନି। ତାଙ୍କୁ ଖୋଜି ବାହାର କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos