ଗୋକୁଳ ଚନ୍ଦ୍ର ପତି ହୋଇପାରନ୍ତି ମୁଖ୍ୟ ସୂଚନା କମିଶନର

ଭୁବନେଶ୍ୱର: ଆସନ୍ତାକାଲି ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବେ ଗୋକୁଳ ଚନ୍ଦ୍ର ପତି। ତେବେ ଅବସର ପରେ ତାଙ୍କୁ ମୁଖ୍ୟ ସୂଚନା କମିଶନ କରାଯାଇପାରେ ବୋଲି ଆଲୋଚନା ଚାଲିଛି। ପୂର୍ବତନ ମୁଖ୍ୟ ସୂଚନା କମିଶନର ତରୁଣକାନ୍ତି ମିଶ୍ର ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡ଼ିଛି।

ଜୁଲାଇ ୨୮, ୨୦୧୪ରେ ଗୋକୁଳ ପତି ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୭୮ ବ୍ୟାଚର ଆଇଏଏସ୍ ଗୋକୁଳ ପତି ମୁଖ୍ୟ ଶାସନ ସଚିବ ହେବା ପୂର୍ବରୁ କେନ୍ଦ୍ରରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଡିଫେନ୍ସ ପ୍ରଡକସନ୍ ଓ ସପ୍ଲାୟ ବିଭାଗର ସଚିବ ଥିଲେ। ସେହିଭଳି କେନ୍ଦ୍ର କୃଷି ମନ୍ତ୍ରଣାଳୟରେ ସଚିବ ଓ ଯୁଗ୍ମ ସଚିବ ଭାବେ କାମ କରିଥିଲେ। ନବକଳେବର ସୁରୁଖୁରରେ ଶେଷ କରିବା, ହୁଡହୁଡ ରିଲିଫ୍ ପରିଚାଳନା, ଖଣି ନିଲାମି ପ୍ରକ୍ରିୟା ଆରମ୍ଭ ଭଳି ସଫଳ କାମ ଗୋକୁଳଙ୍କ କାର୍ଯ୍ୟକାଳ ଭିତରେ ହୋଇଛି। ଗୋକୁଳ ପତି ଆଗକୁ ମୁଖ୍ୟ ସୂଚନା କମିଶନର ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।