ରତ୍ନଭଣ୍ଡାର ଭିତରକୁ ଯିବା ପୂର୍ବରୁ କ’ଣ କହିଲେ ଗଜପତିଙ୍କ ପ୍ରତିନିଧି?

ପୁରୀ(ଓଡ଼ିଶା ରିପୋର୍ଟର): “ମହାପ୍ରଭୁଙ୍କ ସେବା କରିବାକୁ ଯାଉଛି। ତାଙ୍କରି ଆଶୀର୍ବାଦରୁ ତାଙ୍କର ସେବା କରିବା ପାଇଁ। ମନରେ କେତେ ଉତ୍କଷ୍ଠା ରହିଛି ତାହା କହିହେବ ନାହିଁ। ମୋତେ ଆଉ କିଛି ପଚାରନ୍ତୁ ନାହିଁ। ମୁଁ କହିବି ନାହିଁ।” ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ଏହା କହିଛନ୍ତି ଗଜପତିଙ୍କ ପ୍ରତିନିଧି ଅମୀୟ ମହାନ୍ତି। ସେ କହିଛନ୍ତି-“ମୋ ପାଖରେ ଭଣ୍ଡାର ଚାବି ରହୁଛି। ବହୁ ବାର ବାହାର ଭଣ୍ଡର ଖୋଲିଛୁ। ମାତ୍ର ପ୍ରଥମ ଥର ପାଇଁ ଭିତର ଭଣ୍ଡାର ଖୋଲିବାକୁ […]

gajapati representive to jagannath temple

gajapati representive to jagannath temple

Rakesh Mallick
  • Published: Wednesday, 04 April 2018
  • Updated: 04 April 2018, 01:59 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): “ମହାପ୍ରଭୁଙ୍କ ସେବା କରିବାକୁ ଯାଉଛି। ତାଙ୍କରି ଆଶୀର୍ବାଦରୁ ତାଙ୍କର ସେବା କରିବା ପାଇଁ। ମନରେ କେତେ ଉତ୍କଷ୍ଠା ରହିଛି ତାହା କହିହେବ ନାହିଁ। ମୋତେ ଆଉ କିଛି ପଚାରନ୍ତୁ ନାହିଁ। ମୁଁ କହିବି ନାହିଁ।” ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ଏହା କହିଛନ୍ତି ଗଜପତିଙ୍କ ପ୍ରତିନିଧି ଅମୀୟ ମହାନ୍ତି।

ସେ କହିଛନ୍ତି-“ମୋ ପାଖରେ ଭଣ୍ଡାର ଚାବି ରହୁଛି। ବହୁ ବାର ବାହାର ଭଣ୍ଡର ଖୋଲିଛୁ। ମାତ୍ର ପ୍ରଥମ ଥର ପାଇଁ ଭିତର ଭଣ୍ଡାର ଖୋଲିବାକୁ ଯାଉଛି। ସମର୍ପିତ ଭାବାବେଗକୁ ନେଇ ଭିତରକୁ ଯାଉଛି। ଏଥିପାଇଁ ମନରେ ଜମାରୁ ଗର୍ବ ନାହିଁ।”

ଆଜି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଯାଞ୍ଚ ହେବ। ଏଥିପାଇଁ ସବୁ ପ୍ରକାର ପ୍ରକ୍ରିୟା ଶେଷ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଗାମୁଛା ପିନ୍ଧି ସମସ୍ତେ ଭିତରକୁ ଯିବେ। ଯାଞ୍ଚ ପାଇଁ ମେଟାଲ ଡିଟେକ୍ଟର ମଧ୍ୟ ଯାଇଛି। ରତ୍ନଭଣ୍ଡାର ଯାଞ୍ଚ ପାଇଁ ନିଯୁକ୍ତ ପ୍ରତିନିଧି, ବିଶେଷଜ୍ଞ, ସେବାୟତ ଓ ଶ୍ରୀମନ୍ଦିର ପରିଚାଳନା କମିଟି ପଦାଧିକାରୀଙ୍କୁ ନେଇ ଗଠିତ ମୋଟ ୧୭ଜଣିଆରେ ଅନ୍ୟତମ ସଦସ୍ୟ ହେଉଛି କୋର କମିଟି ଅମୀୟ ମହାନ୍ତି। ପରେ ଶ୍ରୀମନ୍ଦିର ଭିତରକୁ ଜଣେ ପରେ ଜଣେ ପ୍ରତିନିଧି ଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos