ଗଣ ଶିକ୍ଷକଙ୍କ ସ୍ଥାୟୀ ନିଯୁକ୍ତି ପ୍ରସଙ୍ଗ: ଆହୁରି ଦେଢ଼ ମାସ ସମୟ ମାଗିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବି ନେଇ ଗଣ ଶିକ୍ଷକ ଏବଂ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଛି। ଶୁକ୍ରବାର ସକାଳେ ଗଣ ଶିକ୍ଷକ ମହାସଂଘ ମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଧାରଣା ଦେଇଥିଲେ। ଗଣଶିକ୍ଷକଙ୍କ ସ୍ଥାୟୀ ନିଯୁକ୍ତି ନେଇ ନିଷ୍ପତ୍ତି ନେବା ପାଇଁ ୭ଜଣ ମନ୍ତ୍ରୀଙ୍କୁ ନେଇ ରାଜ୍ୟ ସରକାର ଏକ କମିଟି ଗଠନ କରିଥିଲେ। ୩ ମାସ ମଧ୍ୟରେ ଏନେଇ ନିଷ୍ପତି ନେବା ପାଇଁ କୁହାଯାଇଥିଲା। ତେବେ ୩ ମାସ ବିତି ଯାଇଥିଲେ ମଧ୍ୟ କୌଣସି ନିଷ୍ପତି ହୋଇ ନ ଥିବାରୁ ଆଜି ସକାଳେ ଗଣ ଶିକ୍ଷକ ମହାସଂଘ ମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଧାରଣା  ଦେଇଥିଲେ। ଏନେଇ ମନ୍ତ୍ରୀଙ୍କ ସହ ସଂଘ ଆଲୋଚନା କରିଛି। ତେବେ ଏଥିପାଇଁ ମନ୍ତ୍ରୀ ଅଧିକ ଦେଢ଼ ମାସ ସମୟ ମାଗିଥିବା ସଂଘ କହିଛି।