ପ୍ରଥମ ପର୍ଯ୍ୟାୟରେ ନିୟମିତ ହେବେ ୧୭,୬୫୩ ଗଣଶିକ୍ଷକ

ଭୁବନେଶ୍ୱର: ଆସନ୍ତା ୨୦୧୬-୧୭ ଆର୍ଥିକ ବର୍ଷରୁ ସମସ୍ତ ଯୋଗ୍ୟ ଓ ତାଲିମପ୍ରାପ୍ତ ଗଣଶିକ୍ଷକ ନିୟମିତ ହେବେ। ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ପର୍ଯ୍ୟାୟକ୍ରମେ ନିୟମିତ ହେବେ ଗଣ ଶିକ୍ଷକ। ପ୍ରଥମ ପର୍ଯ୍ୟାୟରେ ୧୭,୬୫୩ ଜଣ ଶିକ୍ଷକ ନିୟମିତ ହେବେ ବୋଲି ରାଜ୍ୟ ଗଣଶିକ୍ଷକ ସଂଘ ସୂଚନା ଦେଇଛି।

ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି ଗଣ ଶିକ୍ଷକ ସଂଘ। ଏଥିସହ ଆସନ୍ତାକାଲିଠାରୁ ଗଣଶିକ୍ଷକ ମାନେ କାର୍ଯ୍ୟରେ ଯୋଗଦେବେ ବୋଲି ସଂଘ ସୂଚନା ଦେଇଛି। ମୂଳ ନିଯୁକ୍ତିକୁ ୬ ବର୍ଷ ପୂରଣ କରିଥିବା ସମସ୍ତ ଗଣଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ଗତ ଡିସେମ୍ୱର ୨୨ରୁ ଗଣ ଶିକ୍ଷକମାନେ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନରେ ବସିଥିଲେ।