ଝାରସୁଗୁଡ଼ାରେ ଆଜି ଗଣ୍ଡ ସମାଜର ୧୧ତମ ଜାତୀୟ ସମ୍ମିଳନୀ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଆଜି ହେବ ଗଣ୍ଡ ସମାଜର ୧୧ତମ ଜାତୀୟ ସମ୍ମିଳନୀ। ବିଟିଏମ୍ ପଡ଼ିଆରେ ହେବାକୁ ଥିବା ଏହି ଜାତୀୟ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଦେଶର ବିଭିନ୍ନ ସ୍ଥାନରୁ ଗଣ୍ଡ ସମାଜର ପ୍ରାୟ ୩ ଲକ୍ଷ ଲୋକ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ୩ ଦିନ ଧରି ଚାଲିବ ବୋଲି ଗଣ୍ଡ ସମାଜ ସମ୍ମିଳନୀ ସଭାପତି ମହେନ୍ଦ୍ର ନାୟକ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।