‘ଗାନ୍ଧି ଜଣେ ବ୍ୟକ୍ତି ନୁହଁନ୍ତି ଏକ ବିଚାର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମହାତ୍ମା ଗାନ୍ଧିଙ୍କ ଓଡ଼ିଶା ଆଗମନର ଆଜି ହେଉଛି ଶତବାର୍ଷିକୀ। ଏନେଇ ବିଧାନସଭାରେ ଆଲୋଚନାରେ ଅଂଶଗ୍ରହଣ କରି ମତ ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।

ଏହି ଅବସରରେ ସେ କହିଛନ୍ତି ଯେ, ଇତିହାସରେ କଣ ଘଟିଥିଲା ତାର ଉପସ୍ଥାପନା କରିବାରେ ଯେତିକି ଆବଶ୍ୟକତା ଅଛି ତାଠୁ କେଇଗୁଣ ଅଧିକ ଆବଶ୍ୟକତା ରହିଛି ଗାନ୍ଧି ବିଚାରକୁ ଆମେ କେତେଦୂର ପାଳନ କରୁଛନ୍ତି । ତାର ତର୍ଜମା କରିବା ଗାନ୍ଧି ଜଣେ ବ୍ୟକ୍ତି ନୁହଁନ୍ତି ଗାନ୍ଧି ହେଉଛନ୍ତି ଏକ ବିଚାର ।

ଯଦି ଗାନ୍ଧିଙ୍କ ବିଚାର ସରକାରଙ୍କ ନୀତିରେ ପ୍ରତିଫଳିତ ହେବ ନାହିଁ, ତା ହେଲେ ଲୋକଙ୍କ ଆଗରେ ଏହା ମିଛ ନାଟକ ଭଳି ଲାଗିବ ବୋଲି ପ୍ରଦୀପ୍ତ କହିଛନ୍ତି । ମଦ, ଗୋରକ୍ଷା ନେଇ ଗାନ୍ଧିଙ୍କ ବିଚାର ସଂପର୍କରେ ମତ ରଖିଛନ୍ତି ପ୍ରଦୀପ୍ତ। ଗାନ୍ଧିଜୀ ମଦକୁ ବିରୋଧ କରୁଥିବାବେଳେ ରାଜ୍ୟ ସରକାର ମଦରୁ ରାଜସ୍ୱ ଆଦାୟ ଲାଗି ମଦ ବେପାରକୁ ପ୍ରୋତ୍ସାହନ ଦେଉଥିବା ସେ କହିଛନ୍ତି । ଓଡିଶା ଦେଶର ପ୍ରଥମ ରାଜ୍ୟ ଯେଉଁ ଠାରେ ଗୋହତ୍ୟା ନିରୋଧ ଆଇନ ଆସିଥିଲା। ମାତ୍ର ବର୍ତମାନ ପରିସ୍ଥିତିରେ ସବୁଠାରୁ ଅଧିକ ଗୋଚାଲାଣ ଓଡିଶାରୁ ହିଁ ହେଉଛି ବୋଲି ପ୍ରଦୀପ୍ତ କହିଛନ୍ତି । ଗାନ୍ଧିଜୀଙ୍କର ଭାଷା ପ୍ରୀତି କଥା ଦୋହରାଇ ପ୍ରଦୀପ୍ତ କହିଛନ୍ତି ଯେ, ଓଡିଶାରେ ଓଡିଆ ଭାଷା ଅଣଦେଖା ହେଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।