ଏହି ଜିଲ୍ଲାରେ ଗଣେଶ ପୂଜା ବନ୍ଦ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ପୁଣି ଏକ ଜିଲ୍ଲାରେ ବନ୍ଦ ହେଲା ଗଣେଣ ପୂଜା। ଖୋର୍ଦ୍ଧା ଜିଲ୍ଲାର ସର୍ବସାଧାରଣ ସ୍ଥାନ ଓ ଅନୁଷ୍ଠାନରେ ଗଣେଶ ପୂଜା ହେବ ନାହିଁ। ଆଜି ଏହି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି। ସେହିପରି କରୋନା ସଂକ୍ରମଣ ବୃଦ୍ଧି ନେଇ ଜିଲ୍ଲାପାଳ କହିଛନ୍ତି, ସ୍ୱତନ୍ତ୍ର ଟିମ୍ ଗଠନ କରି ସହରାଞ୍ଚଳରେ ସରପ୍ରାଇଜ୍ ଯାଞ୍ଚ କରାଯିବ। କୋଭିଡ୍ ଟେଷ୍ଟ ବୃଦ୍ଧି କରି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯିବ। ଦରକାର ପଡ଼ିଲେ ଶଟ୍‌ଡାଉନ୍ […]

iiiiiii

iiiiiii

Tapaswini Nayak
  • Published: Tuesday, 18 August 2020
  • Updated: 18 August 2020, 01:23 PM IST

Sports

Latest News

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ପୁଣି ଏକ ଜିଲ୍ଲାରେ ବନ୍ଦ ହେଲା ଗଣେଣ ପୂଜା। ଖୋର୍ଦ୍ଧା ଜିଲ୍ଲାର ସର୍ବସାଧାରଣ ସ୍ଥାନ ଓ ଅନୁଷ୍ଠାନରେ ଗଣେଶ ପୂଜା ହେବ ନାହିଁ। ଆଜି ଏହି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି।

ସେହିପରି କରୋନା ସଂକ୍ରମଣ ବୃଦ୍ଧି ନେଇ ଜିଲ୍ଲାପାଳ କହିଛନ୍ତି, ସ୍ୱତନ୍ତ୍ର ଟିମ୍ ଗଠନ କରି ସହରାଞ୍ଚଳରେ ସରପ୍ରାଇଜ୍ ଯାଞ୍ଚ କରାଯିବ। କୋଭିଡ୍ ଟେଷ୍ଟ ବୃଦ୍ଧି କରି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯିବ। ଦରକାର ପଡ଼ିଲେ ଶଟ୍‌ଡାଉନ୍ ପରି କଠୋର ନିଷ୍ପତ୍ତି ନିଆଯିବ।

ଏହା ପୂର୍ବରୁ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳମାନେ ମଧ୍ୟ ଗଣେଶ ପୂଜା ବନ୍ଦ ନେଇ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କଟକ ଓ ଭୁବନେଶ୍ୱରରେ ସର୍ବସାଧାରଣରେ ଗଣେଶ ପୂଜା ନ କରିବାକୁ କମିଶନରେଟ୍ ପୁଲିସ୍ ନିର୍ଦ୍ଦେଶ ଦେଇଛି।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ କରୋନା ଆକାନ୍ତଙ୍କ ସଂଖ୍ୟା  ବୃଦ୍ଧି ପାଉଛି। ଜିଲ୍ଲାରେ ମୋଟ ୯,୩୮୦  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କୁ ମଧ୍ୟରୁ ୫.୦୮୬ ଜଣ  ସୁସ୍ଥ ହୋଇଛନ୍ତି। ୪,୨୩୫ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos