ଆଜି ଗଶେଶ ଚର୍ତୁଥୀ, ଗାଇଡଲାଇନ୍‌ ଭିତରେ ହେବ ପୂଜା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭାଦ୍ରବ ଶୁକ୍ଳ ଚତୁର୍ଥୀ ବା ଗଶେଶ ଚର୍ତୁଥୀ । ବିଘ୍ନ ବିନାଶକଙ୍କ ପୂଜା । ହେଲେ କଟକଣା ଭିତରେ ପୂଜା ପାଇବେ ଗଜାନନ । ଦୁଇ ବର୍ଷ ହେଲା କରୋନା ଯୋଗୁଁ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ହେଉନି । କେବଳ ପରମ୍ପରା ରକ୍ଷା ଲାଗି ଘରେ ଘରେ ପୂଜା ହେଉଅଛି । କଟକଣା ଭିତରେ ପୂଜା ହେଉଥିବାରୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ସେତେଟା ଉତ୍ସାହ ନାହିଁ । ଓଡ଼ିଶାର […]

ganesh puja

Niharika Rout
  • Published: Friday, 10 September 2021
  • , Updated: 10 September 2021, 08:05 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭାଦ୍ରବ ଶୁକ୍ଳ ଚତୁର୍ଥୀ ବା ଗଶେଶ ଚର୍ତୁଥୀ । ବିଘ୍ନ ବିନାଶକଙ୍କ ପୂଜା । ହେଲେ କଟକଣା ଭିତରେ ପୂଜା ପାଇବେ ଗଜାନନ । ଦୁଇ ବର୍ଷ ହେଲା କରୋନା ଯୋଗୁଁ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ହେଉନି । କେବଳ ପରମ୍ପରା ରକ୍ଷା ଲାଗି ଘରେ ଘରେ ପୂଜା ହେଉଅଛି । କଟକଣା ଭିତରେ ପୂଜା ହେଉଥିବାରୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ସେତେଟା ଉତ୍ସାହ ନାହିଁ ।

ଓଡ଼ିଶାର ଜଟଣୀ ଓ କଟକରେ ଗଣେଶ ପୂଜା ବେଶ୍ ଧୁମଧାମରେ ପାଳନ ହୋଇଥାଏ । ହେଲେ ଏଥର ସେଭଳି ଆଡ଼ମ୍ବର ନାହିଁ । ତେବେ କଟକ ସହରରେ ଗଣେଶ ପୂଜା କରିବା ଲାଗି ମଣ୍ଡପଗୁଡ଼ିକୁ ଜିଲ୍ଲାପାଳ ଅନୁମତି ପ୍ରଦାନ କରିଛନ୍ତି ।  କୋଭିଡ ଗାଇଡଲାଇନର ଉଲ୍ଲଂଘନ ହେଲେ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ସେପଟେ ମହାମାରୀ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ମୁମ୍ବାଇରେ ପୁଲିସ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି  । ୧୦ରୁ ୧୯ ତାରିଖ ଯାଏ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଏହି ନିୟମ ବଳବତ୍ତର ରହିବ ।

ସେହିପରି ଗଶେଶ ଚତୁର୍ଥୀ ବେଳେ ଶ୍ରଦ୍ଧାଳୁମାନେ କୌଣସି ପେଣ୍ଡାଲ ବୁଲିବାକୁ ଯାଇ ପାରିବେ ନାହିଁ । ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ୍ ଫୋର୍ସ ମୁତୟନ ହେବେ । ଅନଲାଇନ କିମ୍ବା ଗଣମାଧ୍ୟମ ଜରିଆରେ ପ୍ରତିମୂର୍ତ୍ତିକୁ ଦର୍ଶନ କରିପାରିବେ ।

ଗଣେଶ ପୂଜା ଅବସରରେ ବିଶ୍ୱ ଶାନ୍ତି ପାଇଁ ପୁରୀ ବେଳାଭୂମୀରେ ବାଲୁକା କଳାକୃତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।  ବାଲି ଓ ଶାମୁକା ବ୍ୟବହାର କରି ଏହି କଳାକୃତି ନିର୍ମାଣ କରିଛନ୍ତି ସୁଦର୍ଶନ। ଦେଶ ପାଇଁ ଶାନ୍ତି ବାର୍ତ୍ତା ଦେବା ସହ ପୂଜା ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

[caption id="attachment_674451" align="aligncenter" width="650"] ପୁରୀରେ ବାଲୁକା କଳାରେ ଗଣେଶ କଳାକୃତି।[/caption]

ଏହି କଳାକୃତିରେ ୭ ହଜାରରୁ ଅଧିକ ଶାମୁକା ବ୍ୟବହାର ହୋଇଛି । ଏହାକୁ ନିର୍ମାଣ ପାଇଁ ପ୍ରାୟ ଚାରି ଘଣ୍ଟା ସମୟ ଲାଗିଥିଲା। ଏହି କଳାକୃତିକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ ଜମିଥିଲା ।

Related story