ଗର୍ଭବତୀ ମହିଳାଙ୍କୁ ଗଣ ଦୁଷ୍କର୍ମ ଉଦ୍ୟମ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବନ୍ଧମୁଣ୍ଡା ଥାନା ଅଞ୍ଚଳରେ ଜଣେ ଗର୍ଭବତୀ ମହିଳାଙ୍କୁ ଘରେ ପଶି ଅସଦାଚରଣ କରିବା ସହ ଗଣ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ IPC ଧାରା 452 , 323 , 341, 354A , 506 ଏବଂ 34 ରେ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି। ଅଭିଯୋଗ ଅନୁସାରେ ଗତ ଜୁଲାଇ୨୯ ତାରିଖରେ ମହିଳା ଜଣଙ୍କ ଘରେ ଏକୁଟିଆ ଥିବା […]

i-2

i-2

Tapas Behera
  • Published: Thursday, 26 September 2019
  • Updated: 26 September 2019, 06:30 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବନ୍ଧମୁଣ୍ଡା ଥାନା ଅଞ୍ଚଳରେ ଜଣେ ଗର୍ଭବତୀ ମହିଳାଙ୍କୁ ଘରେ ପଶି ଅସଦାଚରଣ କରିବା ସହ ଗଣ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ IPC ଧାରା 452 , 323 , 341, 354A , 506 ଏବଂ 34 ରେ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି।

ଅଭିଯୋଗ ଅନୁସାରେ ଗତ ଜୁଲାଇ୨୯ ତାରିଖରେ ମହିଳା ଜଣଙ୍କ ଘରେ ଏକୁଟିଆ ଥିବା ବେଳେ ସ୍ଥାନୀୟ ଦେଶୀ ମଦଭାଟିର ୩ଜଣ କର୍ମଚାରୀ ଘରେ ପଶି ତାଙ୍କୁ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ପାଟି ଶୁଣି ପାଖ ପଡୋଶୀ ଏକାଠି ହୋଇଯିବାରୁ ଅଭିଯୁକ୍ତ ମାନେ ପଳାଇଥିଲେ ।

ମହିଳାଙ୍କ ସ୍ୱାମୀ ଜେଲରେ ଥିବାରୁ ଏବଂ ଅଭିଯୁକ୍ତ ମାନେ ଧମକ ଚମକ ଦେଉଥିବାରୁ ସେତେବେଳେ ଡରି ଯାଇ ଥାନାକୁ ଆସିନଥିବା କହିଛନ୍ତି ମହିଳା । ସ୍ୱାମୀ ଜେଲ ରୁ ଫେରିବା ପରେ କେତେଜଣ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ଥାନାରେ ଏତଲା ଦେଇଛନ୍ତି ମହିଳା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos