ବଦଳିଲା ଗଙ୍ଗାଧର ମେହେର ବୃହତ ଉଠାଜଳସେଚନ ପ୍ରକଳ୍ପର ରୂପରେଖ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଙ୍ଗାଧର ମେହେର ବୃହତ ଉଠାଜଳସେଚନ ପ୍ରକଳ୍ପର ରୂପରେଖ ବଦଳିଛି। ପ୍ରକଳ୍ପର ରୂପରେଖରେ ପରିବର୍ତ୍ତନ କରାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ କମିଟି ବୈଠକରେ ଏହି ନୂଆ ରୂପରେଖକୁ ସ୍ୱୀକୃତି ମିଳିଛି। ଏବେ ସିଧା ହୀରାକୁଦ ଜଳଭଣ୍ଡାରରୁ ପାଣି ଉଠାଯିବ ବୋଲି ସେ କହିଛନ୍ତି। ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ହୀରାକୁଦ ଜଳଭଣ୍ଡାରର ଜିରୋ ପଏଣ୍ଟରୁ ଭୂତଳ ପାଇପ୍‌ ଯୋଗେ ପାଣି ଅଣାଯିବା ପରେ […]

jjjjjjjjjj

jjjjjjjjjj

Tapaswini Nayak
  • Published: Thursday, 13 August 2020
  • Updated: 13 August 2020, 12:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଙ୍ଗାଧର ମେହେର ବୃହତ ଉଠାଜଳସେଚନ ପ୍ରକଳ୍ପର ରୂପରେଖ ବଦଳିଛି। ପ୍ରକଳ୍ପର ରୂପରେଖରେ ପରିବର୍ତ୍ତନ କରାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ।

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ କମିଟି ବୈଠକରେ ଏହି ନୂଆ ରୂପରେଖକୁ ସ୍ୱୀକୃତି ମିଳିଛି। ଏବେ ସିଧା ହୀରାକୁଦ ଜଳଭଣ୍ଡାରରୁ ପାଣି ଉଠାଯିବ ବୋଲି ସେ କହିଛନ୍ତି।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ହୀରାକୁଦ ଜଳଭଣ୍ଡାରର ଜିରୋ ପଏଣ୍ଟରୁ ଭୂତଳ ପାଇପ୍‌ ଯୋଗେ ପାଣି ଅଣାଯିବା ପରେ ଇନ୍‌ଟେକ୍‌ ୱେଲ୍ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ପାଣି ବଣ୍ଟନ କରାଯିବ। ଏଥିପାଇଁ ୧୧୩୮ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପ ଦ୍ୱାରା ବରଗଡ଼ ଜିଲ୍ଲା ସହ ସୋନପୁର ଜିଲ୍ଲାର ଅନେକ ଅଞ୍ଚଳ ଜଳସେଚିତ ହୋଇପାରିବ।

ପ୍ରକଳ୍ପର ପୂର୍ବ ଡିଜାଇନ ଅନୁସାରେ ବରଗଡ଼ ଉପକଣ୍ଠ ତୁରୁଙ୍ଗା କେନାଲରୁ ପାଣି ଉଠାଯାଇ ଭୂତଳ ପାଇପ ଯୋଗେ ପାଣି ନିଆଯିବାକୁ ଯୋଜନା ରହିଥିଲା।

ଅନ୍ୟପକ୍ଷରେ ପ୍ରକଳ୍ପକୁ ନେଇ କ୍ୟାବିନେଟରେ ଦୁଇ ଦୁଇ ଥର ସ୍ୱୀକୃତି ମିଳିବା ଏବଂ ଡିଜାଇନରେ ପରିବର୍ତ୍ତନ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ବିଜେପି ବିଧାୟକ ପ୍ରଦୀପ ପୁରୋହିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos