ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ: ୨ ଗିରଫ

କଟକ (ଓଡ଼ିଶା ରିପୋର୍ଟର): ଏକ କାରରେ ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କଟକ କାଠଯୋଡ଼ି ବ୍ରିଜ୍ ଉପରୁ ଧରିଛି ଅବକାରୀ ବିଭାଗର ସ୍କ୍ୱାର୍ଡ। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗାଡି ମାଲିକଙ୍କ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇଜଣ ହେଲେ କେନ୍ଦୁଝର ନାହା ଅଞ୍ଚଳର ବସନ୍ତ ମହାନ୍ତି ଏବଂ କନ୍ଧମାଳ ଟିକାବାଲି ଅଞ୍ଚଳର ନୀଳକଣ୍ଠ ହଂସ। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଛାତ୍ର ବୋଲି ଜଣାପଡିଛି। କନ୍ଧମାଳ ଜିଲ୍ଲାର ଟିକାବାଲି ଅଞ୍ଚଳରୁ […]

ganja

ganja

Rakesh Mallick
  • Published: Tuesday, 31 October 2017
  • Updated: 31 October 2017, 08:52 PM IST

କଟକ (ଓଡ଼ିଶା ରିପୋର୍ଟର): ଏକ କାରରେ ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କଟକ କାଠଯୋଡ଼ି ବ୍ରିଜ୍ ଉପରୁ ଧରିଛି ଅବକାରୀ ବିଭାଗର ସ୍କ୍ୱାର୍ଡ। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗାଡି ମାଲିକଙ୍କ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇଜଣ ହେଲେ କେନ୍ଦୁଝର ନାହା ଅଞ୍ଚଳର ବସନ୍ତ ମହାନ୍ତି ଏବଂ କନ୍ଧମାଳ ଟିକାବାଲି ଅଞ୍ଚଳର ନୀଳକଣ୍ଠ ହଂସ। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଛାତ୍ର ବୋଲି ଜଣାପଡିଛି। କନ୍ଧମାଳ ଜିଲ୍ଲାର ଟିକାବାଲି ଅଞ୍ଚଳରୁ ଏହି ଗଞ୍ଜେଇ ଆଣାଯାଇ ଜଳେଶ୍ୱର ଦେଇ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଗିରଫ ଗାଡି ମାଲିକ ବସନ୍ତ ମହାନ୍ତିଙ୍କ ନାଁରେ ଏକାଧିକ ମାମଲା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos