କଖାରୁ ବୋଝେଇ କ୍ୟାଣ୍ଟରରେ ନେଉଥିଲେ, ବାଟରେ ଧରିଲା ପୁଲିସ

ଭବାନୀପାଟଣା (ରାଜ କୁମାର ସିଂଦେଓ): ଗଞ୍ଜେଇ ମାଫିଆ ପୁଲିସ୍ ଆଖିରେ ଧୂଳି ଦେଇ ଖସିଯିବା ପାଇଁ ଭିନ୍ନ ଭିନ୍ନ ନୂଆ ତରିକା ଆପଣାଉଛନ୍ତି। କେତେବେଳେ ମାଲବାହୀ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଛନ୍ତି ତ ଆଉ କେତେବେଳେ ପଇଡ଼, କଦଳୀ ଓ ଆଲମାରୀ ବୋଝେଇ ଟ୍ରକ୍‌ରେ ପଠାଉଛନ୍ତି। ଗତକାଲି କଳାହାଣ୍ଡି ଜିଲ୍ଲାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ କଖାରୁ ବୋଝେଇ କ୍ୟାଣ୍ଟରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଛି ପୁଲିସ୍। କଳାହାଣ୍ଡି ଜିଲ୍ଲା କେସିଙ୍ଗାର […]

ganja

ganja

Tapaswini Nayak
  • Published: Monday, 06 September 2021
  • Updated: 06 September 2021, 02:45 PM IST

Sports

Latest News

ଭବାନୀପାଟଣା (ରାଜ କୁମାର ସିଂଦେଓ): ଗଞ୍ଜେଇ ମାଫିଆ ପୁଲିସ୍ ଆଖିରେ ଧୂଳି ଦେଇ ଖସିଯିବା ପାଇଁ ଭିନ୍ନ ଭିନ୍ନ ନୂଆ ତରିକା ଆପଣାଉଛନ୍ତି। କେତେବେଳେ ମାଲବାହୀ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଛନ୍ତି ତ ଆଉ କେତେବେଳେ ପଇଡ଼, କଦଳୀ ଓ ଆଲମାରୀ ବୋଝେଇ ଟ୍ରକ୍‌ରେ ପଠାଉଛନ୍ତି। ଗତକାଲି କଳାହାଣ୍ଡି ଜିଲ୍ଲାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ କଖାରୁ ବୋଝେଇ କ୍ୟାଣ୍ଟରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଛି ପୁଲିସ୍।

କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଅଣ୍ଡର ବ୍ରିଜ୍ ନିକଟରୁ ୫ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖ୍ ପଚରାଉଚରା କରୁଛି ପୁଲିସ୍।

ଗତକାଲି ଏକ କଖାରୁ ବୋଝେଇ କ୍ୟାଣ୍ଟର ରାୟଗଡ଼ାରୁ ଉତ୍ତର ପ୍ରଦେଶର ଗାଜିଆବାଦ ଅଭିମୁଖେ ଯାଉଥିଲା। ତେବେ ସେଥିରେ କଖାରୁ ସହ ଗଞ୍ଜେଇ ଥିବା ପୁଲିସ୍ କୌଣସି ସୁତ୍ରରୁ ଖବର ପାଇଥିଲା।

ପୁଲିସ୍ ଗାଡ଼ିଟିକୁ ପିଛା କରି କେସିଙ୍ଗା ଅଣ୍ଡର ବ୍ରିଜ୍ ନିକଟରେ ଧରିଥିଲା। ପୁଲିସ ଗାଡ଼ିରେ ଯାଞ୍ଚ କଲାବେଳେ ପ୍ରଥମେ କଖାରୁ ଭର୍ତ୍ତି ବସ୍ତା ବାହାରିଥିଲା। ତେବେ କଖାରୁ ବସ୍ତା ତଳୁ ୨୮୧ ପ୍ୟାକେଟ ଗଞ୍ଜେଇ ବାହାରିଥିଲା।  ପୁଲିସ ଗଞ୍ଜେଇ ଜବତ କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos