ଗଂଜାମରେ ବାହୁବଳୀ ନେତାଙ୍କ ରାଜ୍‌: ଭୋଟ୍‌ ନ ଦେବାରୁ ପରିବାରକୁ କଲେ ଗାଁରୁ ତଡିପାର୍‌

ବ୍ରହ୍ମପୁର: ବିହାର, ଉତ୍ତରପ୍ରଦେଶ ନୁହେଁ ଓଡ଼ିଶାରେ ଚାଲିଛି ବାହୁବଳୀ ନେତାଙ୍କ ରାଜ୍। ଜନ ପ୍ରତିନିଧିଙ୍କ ଦୌରାତ୍ମ୍ୟରେ ତ୍ରସ୍ତ ଭୟଭୀତ ହୋଇପଡ଼ିଛି ଗୋଟିଏ ପରିବାର। ଭୋଟ ନଦେଇଥିବାରୁ ନବ ନିର୍ବାଚିତ ସରପଞ୍ଚଙ୍କଠୁ ମାଡଗାଳି ଖାଇ ଗାଁ ଛାଡିଛି ଗଞ୍ଜାମ ଖଲିକୋଟ୍ ବ୍ଲକ୍ ତେନ୍ତୁଲିପାଲୀର ଭିକାରୀ ସାହୁଙ୍କ ପରିବାର। ତେବେ ପୋଲିସ କି ପ୍ରଶାସନ କେହି ତାଙ୍କୁ ସୁରକ୍ଷା ଦେଇପାରିନାହାନ୍ତି। ସରପଞ୍ଚ ନିର୍ବାଚନରେ ତେନ୍ତୁଳିପାଲୀ ଗାଁର ଭିକାରୀ ସାହୁଙ୍କ ପରିବାର ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ତେବେ ଏହାକୁ […]

ganjam

ganjam

Rakesh Mallick
  • Published: Tuesday, 16 May 2017
  • Updated: 16 May 2017, 07:44 PM IST

Sports

Latest News

ବ୍ରହ୍ମପୁର: ବିହାର, ଉତ୍ତରପ୍ରଦେଶ ନୁହେଁ ଓଡ଼ିଶାରେ ଚାଲିଛି ବାହୁବଳୀ ନେତାଙ୍କ ରାଜ୍। ଜନ ପ୍ରତିନିଧିଙ୍କ ଦୌରାତ୍ମ୍ୟରେ ତ୍ରସ୍ତ ଭୟଭୀତ ହୋଇପଡ଼ିଛି ଗୋଟିଏ ପରିବାର। ଭୋଟ ନଦେଇଥିବାରୁ ନବ ନିର୍ବାଚିତ ସରପଞ୍ଚଙ୍କଠୁ ମାଡଗାଳି ଖାଇ ଗାଁ ଛାଡିଛି ଗଞ୍ଜାମ ଖଲିକୋଟ୍ ବ୍ଲକ୍ ତେନ୍ତୁଲିପାଲୀର ଭିକାରୀ ସାହୁଙ୍କ ପରିବାର। ତେବେ ପୋଲିସ କି ପ୍ରଶାସନ କେହି ତାଙ୍କୁ ସୁରକ୍ଷା ଦେଇପାରିନାହାନ୍ତି।

ସରପଞ୍ଚ ନିର୍ବାଚନରେ ତେନ୍ତୁଳିପାଲୀ ଗାଁର ଭିକାରୀ ସାହୁଙ୍କ ପରିବାର ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ତେବେ ଏହାକୁ ନେଇ ତାଙ୍କୁ ଅନ୍ୟ ଜଣେ ପ୍ରାର୍ଥୀଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି। ଏହି ପ୍ରାର୍ଥୀ ଜଣଙ୍କ ନିର୍ବାଚନରେ ଜିତିବା ପରେ ପ୍ରତିଶୋଧ ପରାୟଣ ହୋଇ ଭିକାରୀଙ୍କ ପରିବାର ସଦସ୍ୟଙ୍କୁ ମାଡ଼ ମାରିଥିଲେ। ଏପରିକି ସବୁ ସୀମା ଉଲ୍ଲଙ୍ଘନ କରି ଭିକାରୀଙ୍କ ଝିଅକୁ ଗଛରେ ବାନ୍ଧି ମାଡ ମାରିଥିବା ଅଭିଯୋଗ ହୋଇଛି। ଜୀବନ ବଞ୍ଚାଇବା ଭୟରେ ପୁରା ପରିବାର ଏବେ ଗାଁ ଛାଡି ଏଣେତେଣେ ବୁଲୁଛନ୍ତି।

ପୀଡ଼ିତ ଭିକାରୀ ସାହୁ କହିଛନ୍ତି,“ନିର୍ବାନରେ ଭୋଟ ଦେଇଛି କି ନାହିଁ ପ୍ରମାଣ କରିବାକୁ ଡାକିଥିଲେ। ମାତ୍ର ମୁଁ ନ ଯିବାରୁ ସିଲୁ ସ୍ୱାଇଁ ଓ ତାଙ୍କ ସମର୍ଥକମାନେ ମୋତେ ମାଡ଼ ମାରିଥିଲା।”

ଗୋଟିଏ ପରିବାର ଉପରେ ଏଭଳି ଅକଥନୀୟ ଅତ୍ୟାଚାର ହେଉଥିଲେ ମଧ୍ୟ ପୋଲିସ କିମ୍ବା ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ପୀଡ଼ିତାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି ପୋଲିସ। ଅଭିଯୁକ୍ତ ସରପଞ୍ଚ ଖୁଲମଖୁଲା ବୁଲୁଥିବା ବେଳେ ପୋଲିସ କେବଳ ଜଣଙ୍କୁ ଗିରଫ କରି ଚୁପ୍ ବସିଛି। ଭିକାରୀଙ୍କ ପରିବାର କିପରି ଘରକୁ ଫେରିବ ଓ ବିବାଦର କିଭଳି ସମାଧାନ ହେବ ସେନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ଗଞ୍ଜାମ ଅତିରିକ୍ତ ଏସ୍‌ପି ସରୋଜ୍ ମିଶ୍ର କହିଛନ୍ତି,“ଏହି ଘଟଣାରେ ଜଣେ ଗିରଫ ହୋଇଛି। ଅନ୍ୟମାନଙ୍କୁ ଖୋଜା ଚାଲିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos