ନିଷିଦ୍ଧ ସମ୍ପର୍କ: ରାଜନୀତିର ରାଗ ଶୁଝାଇବାକୁ ଭାଇ ଲୁଟିଥିଲା ଭଉଣୀର ଇଜ୍ଜତ

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନର ରାଗ ଶୁଝାଇବା ପାଇଁ ସମ୍ପର୍କୀୟ ଭାଇ ଭଉଣୀକୁ ବଳାତ୍କାର କରିଛି। ଏପରି ଘଟଣା ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳରେ ଘଟିଛି। ଏନେଇ ନାବାଳିକା ଓ ତାଙ୍କ ବାପା ଆଜି ବ୍ରହ୍ମପୁର ଏସ୍‌ପିଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି। ଗତ ୯ ତାରିଖରେ ରାତିରେ ନାବାଳିକା ଜଣକ ଘରେ ଶୋଇଥିଲେ। ଏହି ସମୟରେ ନାବାଳିଙ୍କ ଦାଦାପୁର ଭାଇ ସୁବାସ ପ୍ରଧାନ ତାଙ୍କ ଆଖିରେ ପଟି ବାନ୍ଧି ଜଙ୍ଗଲକୁ ଟେକି ନେଇଯାଇଥିଲେ। ସୁବାସଙ୍କ ସହିତ ଶ୍ରୀଧର, […]

ganjam rap

ganjam rap

Rakesh Mallick
  • Published: Tuesday, 28 March 2017
  • Updated: 28 March 2017, 11:06 PM IST

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନର ରାଗ ଶୁଝାଇବା ପାଇଁ ସମ୍ପର୍କୀୟ ଭାଇ ଭଉଣୀକୁ ବଳାତ୍କାର କରିଛି। ଏପରି ଘଟଣା ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳରେ ଘଟିଛି। ଏନେଇ ନାବାଳିକା ଓ ତାଙ୍କ ବାପା ଆଜି ବ୍ରହ୍ମପୁର ଏସ୍‌ପିଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି।

ଗତ ୯ ତାରିଖରେ ରାତିରେ ନାବାଳିକା ଜଣକ ଘରେ ଶୋଇଥିଲେ। ଏହି ସମୟରେ ନାବାଳିଙ୍କ ଦାଦାପୁର ଭାଇ ସୁବାସ ପ୍ରଧାନ ତାଙ୍କ ଆଖିରେ ପଟି ବାନ୍ଧି ଜଙ୍ଗଲକୁ ଟେକି ନେଇଯାଇଥିଲେ। ସୁବାସଙ୍କ ସହିତ ଶ୍ରୀଧର, ଉଆଳି, କାହ୍ନୁ ଓ କମଳ ପ୍ରଧାନ ଥିଲେ। ସେମାନେ ଜଙ୍ଗଲରେ ପ୍ରାୟ ଏକ ସପ୍ତାହ ରଖି ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ପରିବାର ଲୋକେ କଂଗ୍ରେସକୁ ସମର୍ଥନ କରୁଥିବାରୁ ଅନ୍ୟ ଏକ ଦଳର ନେତାମାନେ ରାଗ ଶୁଝାଇବା ପାଇଁ ଏପରି କାଣ୍ଡ ଘଟାଇଥିବା ନାବାଳିକା ଜଣକ ଅଭିଯୋଗ କରିଛନ୍ତି।

ବ୍ରହ୍ମପୁର ଏସ୍‌ପି ଆଶିଷ କୁମାର ସିଂ କହିଛନ୍ତି,“ଘଟଣାର ତଦନ୍ତ ପାଇଁ ଚିକିଟିଏସ୍‌ଡିପିଓ ପ୍ରକାଶ ଜେନାଙ୍କୁ ଦାୟିତ୍ୱ ଦିଆଯାଇଛି। ଘଟଣାର ତଦନ୍ତ କରାଯାଇ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos