ପୁଅ ଭୁଲିଗଲା ରକ୍ତ ସମ୍ପର୍କ: ପିଟିପିଟି ବାପାକୁ ହତ୍ୟା

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବାପା ହେଉଛନ୍ତି ମଣିଷ ରୂପରେ ଭଗବାନ। ପିଲାର ଭବିଷ୍ୟତ ଗଢ଼ିବା ପାଇଁ ଦିନରାତି ପରିଶ୍ରମ କରିଥାଆନ୍ତି। ନିଜେ ଛିଣ୍ଡାଚିରା ପିନ୍ଧି ପିଲାଙ୍କ ଭାଗ୍ୟ ଗଢ଼ନ୍ତି। ହେଲେ ସେହି ପିଲା ବଡ଼ ହେବା ପରେ ଭୁଲି ଯାଉଛନ୍ତି ବାପାଙ୍କ ବଳିଦାନକୁ। ଏହି ଯେମିତି ସାମାନ୍ୟ ସମ୍ପତ୍ତି ପାଇଁ ଗଞ୍ଜାମ ଜିଲ୍ଲା ଜଣେ ଯୁବକ ଅମାନୁସିକ ଭାବେ ଲୁହା ରଡ୍‌ରେ ପିଟିପିଟି ବାପାଙ୍କୁ ହତ୍ୟା କରିଛି। ଏପରି ହୃଦୟ ବିଦାରକ ଘଟଣାଟି ହିଞ୍ଜିଳିକାଟୁ ଥାନା ଅଞ୍ଚଳରେ ଘଟିଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମରଝୋଳ ଗାଁର ଏ. କ୍ରିଷ୍ଣାରାଓ। ବୟସ ୭୫ ବର୍ଷ ହେବ। ତାଙ୍କର ୩ ପୁଅଙ୍କ ମଧ୍ୟରୁ ସାନ ହେଉଛନ୍ତି ଦିବାକର। ନାଗପୁରରେ ଏକ କମ୍ପାନୀରେ କାମ କରେ ଦିବାକର। ଆଜି ସକାଳେ ଘରକୁ ଆସି ସମ୍ପତ୍ତି ଭାଗବଣ୍ଟାକୁ ନେଇ ବାପାଙ୍କ ସହିତ ଯୁକ୍ତି କରିଥିଲା। ଧୀରେ ଧୀରେ ପାଟିତୁଣ୍ଡ ଉଗ୍ରରୂପ ନେଇଥିଲା। ଦିବାକର ଉତ୍‌କ୍ଷିପ୍ତ ହୋଇ ହିତାହିତ ଜ୍ଞାନ ଭୁଲି ଏକ ଲୁହା ରଡ୍‌ରେ ବାପାଙ୍କ ମୁଣ୍ଡ ଓ ଶରୀରକୁ ପାହାର ପରେ ପାହାର ପକାଇ ଚାଲିଥିଲା। କ୍ରିଷ୍ଣାରାଓ ରକ୍ତ ଜୁଡ଼ୁବୁଡୁ ହୋଇ ଭୂଇଁରେ ଗଡ଼ି ଚିତ୍କାର କରୁଥିଲେ ମଧ୍ୟ ତାହା ନିର୍ଦ୍ଦୟ ପୁଅର କାନରେ ପଡ଼ୁ ନଥିଲା। ଅତି ଅତି ନିର୍ମମ ଭାବରେ ବାପକୁ ପାହାର ପକାଇ ଚାଲିଥିଲା। ପରେ ସେଠାରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟ ଦୁଇ ଭାଇ କାବୁ କରି ପୋଲିସ ଜିମା ଦେଇଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦୀପକଙ୍କ ଦୁଇ ଭାଇଙ୍କୁ ପଚରାଉଚରା କରୁଛି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More