ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ଗିରଫ ୨ ଅଭିଯୁକ୍ତଙ୍କୁ ଆଜିଠୁ ରିମାଣ୍ଡରେ ନେବ ପୋଲିସ

ବ୍ରହ୍ମପୁର: ଛତ୍ରପୁରର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ଗିରଫ ଦୁଇ ଷଡଯନ୍ତ୍ରକାରୀ କୃଷ୍ଣ ନାୟକ ଓ ଦୁର୍ଯୋଧନ ରେଡ୍ଡୀଙ୍କୁ ଆଜିଠୁ ପୋଲିସ ରିମାଣ୍ଡରେ ନେବ। ଉଭୟଙ୍କୁ ପୋଲିସ ୭ ଦିନିଆ ରିମାଣ୍ଡରେ ନେଇ ଘଟଣା ସମ୍ପର୍କରେ ଖୋଳତାଡ଼ କରିବ। ଉଭୟଙ୍କ ଭିଡିଓ ବୟାନର ସତ୍ୟାସତ୍ୟ ସହ କଲ୍ ରେକର୍ଡ ଡିଟେଲସ୍ ସମ୍ପର୍କରେ ତଥ୍ୟ ବାହାର କରିବ ପୋଲିସ।  ଡେରାଡୁନରେ କାହା ନାଁରେ ବୁକ୍ ହୋଇଥିବା ଷ୍ଟେଟ୍ ଗେଷ୍ଟ ହାଉସର ଏମାନେ ରହୁଥିଲେ ? ହତ୍ୟାକାଣ୍ଡ ପୂର୍ବରୁ ଓ ପରେ କାହା କାହା ସହ ଯୋଗାଯୋଗରେ ଥିଲେ।

କୃଷ୍ଣ ଓ ଦୁର୍ଯ୍ୟୋଧନଙ୍କୁ ଗଞ୍ଜାମ ପୋଲିସ ଉତ୍ତରାଖଣ୍ଡରୁ ଗିରଫ କରିଥିଲା