ହଁ ନାହିଁ ମଧ୍ୟରେ ଫିଟିଲା ବାଟ: ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ହେବ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ହଁ ନାହିଁ ମଧ୍ୟରେ ଫିଟିଲା ବାଟ । ଚଳିତ ଥର ହେବ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା। ବାଦ ବିବାଦର ସମାଧାନ ପରେ ଏନେଇ ରାସ୍ତା ଫିଟିଛି । ବିଏମ୍ସିର ଅନୁମତି ପରେ ଏନେଇ ସହମତି ପ୍ରକାଶ କରିଛନ୍ତି ଯାତ୍ରା ମୁଖ୍ୟ ପରିଚାଳକ ଦେଶୀ ବେହେରା ।

ଆସନ୍ତାକାଲି ମଧ୍ୟରାତ୍ରିରେ ଶୁଭ ଖୁଣ୍ଟି ସ୍ଥାପନା ହେବ। ଏହାପରେ ଯାହା ରୀତିନୀତି ଓ କୋଭିଡ୍ କଟକଣାକୁ ମାନି ଯାତ୍ରା କରାଯିବ। ବୈଠକ ପରେ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ସୂଚନା ଦେଇଛନ୍ତି। କରୋନା କଟକଣାକୁ ମାନି ଯାହା ନିୟମ ରହିଛି ସେହି ଅନୁସାରେ ଯାତ୍ରା ୭ ଦିନ ପାଇଁ ହେବ । ଏହାପରେ ପରିସ୍ଥିତିକୁ ଦେଖି ଏହାର ଅବଧି ବୃଦ୍ଧି ହେବ କି ନାହିଁ ତାହା ନିଷ୍ପତ୍ତି ହେବ ବୋଲି କମିଶନର୍ କହିଛନ୍ତି।

ବ୍ରହ୍ମପୁରରେ ଠାକୁରାଣୀ ଯାତ୍ରାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ଦୁଇ ଦିନ ପୂର୍ବରୁ ଶୁଭ ଖୁଣ୍ଟି ଉଠିବା ଦିନ ଯାତ୍ରାକୁ ନେଇ ଅରାଜି ହୋଇଥିଲେ ପରିଚାଳକ।  ପରେ ପ୍ରଶାସନ ଯାତ୍ରା କରିବାକୁ ଅନୁମତି ଦେଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।