ହଠାତ୍ ଆସିଲେ ଗୁଳିମାଡ଼ କଲେ, ଯୁବକ ଗୁରୁତର

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ଖଜୁରିଆରେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଆହତ ହୋଇଛନ୍ତି ଯୁବକ। ଯୁବକ ଜଣକ ହେଲେ ହୀନ ପ୍ରଧାନ। ସନ୍ଧ୍ୟା ସମୟରେ ହୀନଙ୍କ ସହ ଆଉ କିଛି ଯୁବକ ବସିଥିଲେ। ଏହି ସମୟରେ ୭ ଜଣ ଯୁବକ ହଠାତ ଆସି ହୀନଙ୍କ ଉପରକୁ ଗୁଳିମାଡ କରିଥିଲେ।

ଗୁଳିମାଡ଼ କରିବା ପରେ ଘଟଣାସ୍ଥଳରୁ ଫେରାର ହେବା ନିମନ୍ତେ ଉଦ୍ୟମ କରିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣ ଆହତ ହୋଇଛନ୍ତି। ହୀନଙ୍କ ଅଣ୍ଟାରେ ଗୁଳିମାଡ଼ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଏହାସହ ଗୁଳିମାଡ କରିଥିବା ତିନି ଜଣ ଯୁବକ ମଧ୍ୟ ଆହତ ହୋଇଥିବା ଯୋଗୁଁ ସେମାନଙ୍କୁ ମଧ୍ୟ ଏମକେସିଜି ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ୫ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ପୂର୍ବ ଶତ୍ରୁତାକୁ ଆଧାର କରି ଗୁଳିମାଡ଼ କରାଯାଇଥିବା ହୀନର ସାନ ଭାଇ ବନବାସୀ କହିଛନ୍ତି। ଆକ୍ରମଣ ପାଇଁ ଦୁଇଟି ମାଉଜର ଆଣିଥିବା ହୀନର ବନବାସୀ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।