ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ଗଞ୍ଜାମ ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଦୁର୍ବୃତ୍ତ ସେହି ଯୁବକଙ୍କ ସହ ପୂର୍ବରୁ ଶତ୍ରୁତା ଥିଲା । ଆଜି ସାମାନ୍ୟ ବଚସା ହେବା ପରେ ୭ରୁ ୮ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଗୁରୁତର ଯୁବକଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ବନ୍ଥପଲି ଗାଁରେ ଉତ୍ତେଜନା ଦେଖାଦେଇଛି ।

ସେପଟେ ରାୟଗଡ଼ାରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ରାୟଗଡ଼ା ଜିଲ୍ଲା ଗୁଡାରି ଥାନା ନାଇରା ଗାଁରେ କିରଣ ଟାକ୍ରି ନାମକ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ରାତିରେ ଘରେ ଶୋଇଥିବା ବେଳେ କେହି ତାଙ୍କ ମୁହଁକୁ ଗୁଳି କରିଥିବା ଜଣାପଡିଛି । ଖବର ପାଇ ଗୁଡାରୀ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।