ଗରଦପୁର ବ୍ଲକର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଲେ ସାଂସଦ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡା: ଦୁର୍ଗାପୂଜା ଅବସରରେ ଗରଦପୁର ବ୍ଲକର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ଗରଦପୁର, ମଦନା, ପାଟକୁରା, ସିଙ୍ଗିଟିଆ ପୂଜା ମଣ୍ଡପକୁ ଯାଇ ସାଂସଦ ପଣ୍ଡା ମା’ ଦୁର୍ଗାଙ୍କ ଦର୍ଶନ କରିଛନ୍ତି। ସାଂସଦଙ୍କ ସହିତ ଜିଲ୍ଲା ପରିଷଦ ସଭ୍ୟ କନକଲତା କଣ୍ଠ, ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ରାଜେଶ ଦାଶ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ମା’ଙ୍କ ଦର୍ଶନ କରିଥିଲେ।