ରୋଷେଇ ଘରେ ଜଳିଗଲେ ଗ୍ୟାସ୍‌ ଡେଲିଭରି ବୟ

ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ କାଇଁସିର ରୋଡ ସିଂହପାଲିରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ରାଜାରାମ ରଣବିଡା। ତାଙ୍କ ଘର ଖଣ୍ଡୁଆଳ ଗାଁରେ। ରାଜାରାମ ମା’ ଦୁର୍ଗା ଗୋ ଗ୍ୟାସ ଏଜେନ୍ସିରେ ଡ୍ରାଇଭର ଓ ଡେଲିଭରି ବୟ ଭାବେ କାମ କରୁଥିଲେ। ରାଜାରାମ  ମା’ ଦୁର୍ଗା ଗୋ ଗ୍ୟାସ ଏଜେନ୍ସି  ବିଲ୍ଡିଂରେ  ରହୁଥିଲେ। ଆଜି ସେ ରୋଷେଇ ଘରେ ଥିବା ବେଳେ […]

fire

fire

Tapaswini Nayak
  • Published: Tuesday, 31 May 2022
  • Updated: 31 May 2022, 04:08 PM IST

ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ କାଇଁସିର ରୋଡ ସିଂହପାଲିରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ରାଜାରାମ ରଣବିଡା। ତାଙ୍କ ଘର ଖଣ୍ଡୁଆଳ ଗାଁରେ। ରାଜାରାମ ମା’ ଦୁର୍ଗା ଗୋ ଗ୍ୟାସ ଏଜେନ୍ସିରେ ଡ୍ରାଇଭର ଓ ଡେଲିଭରି ବୟ ଭାବେ କାମ କରୁଥିଲେ।

ରାଜାରାମ  ମା’ ଦୁର୍ଗା ଗୋ ଗ୍ୟାସ ଏଜେନ୍ସି  ବିଲ୍ଡିଂରେ  ରହୁଥିଲେ। ଆଜି ସେ ରୋଷେଇ ଘରେ ଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା।  ସେ ନିଆଁରେ ପୋଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ରାଜାରାମଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

ରୋଷେଇ ଘରେ ନିଆଁ  କିପରି ଲାଗିଲା, ସେ ନେଇ କିଛି ଜଣାପଡ଼ି ନାହିଁ। ତେବେ ଗ୍ୟାସ ଲିକ୍‌ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ରୋଷେଇ ଘରେ ଅନେକ ଗ୍ୟାସ ସିଲିଣ୍ଡର ଥିଲା।  ରାଜାରାମଙ୍କ ବ୍ୟତୀତ ସେଠାରେ ଆଉ କେହି ନଥିଲେ।  ଅଇଁଠାପାଲି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos