ସାବିତ୍ରୀ ପାଇଁ ବଜାର ଭିଡ଼; ଲକ୍‌ଡାଉନ କଟକଣାକୁ ଫୁ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଚାଲିଥିବା ବେଳେ ସାମାଜିକ ଦୂରତା କଟକଣାକୁ‍ବ  ଲୋକେ ବହୁ ଜାଗାରେ  ଫୁ କରି ଦେଉଥିବା ଦେଖିବାକୁ ମିଳିଛି। ଆସନ୍ତାକାଲି ସାବିତ୍ରୀ ଥିବାରୁ ଫଳ ବଜାରରେ ଖଚାଖଚ୍ ଭିଡ ଦେଖିବାକୁ ମିଳିଛି। ଏପରି ଦୃଶ୍ୟ ରେଡ ଜୋନ ତାଲିକାଭୁକ୍ତ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି। ଜିଲ୍ଲାର ଅପର୍ତ୍ତିବିନ୍ଧା ଛକଠାରୁ ଆରମ୍ଭ କରି ଚରମ୍ପା ପର୍ଯ୍ୟନ୍ତ ଫଳ ମାର୍କେଟ ଓ ଲୁଗା ମାର୍କେଟରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ଲୋକମାନେ ନିଜ […]

bhadeak

bhadeak

Tapaswini Nayak
  • Published: Thursday, 21 May 2020
  • Updated: 21 May 2020, 12:41 PM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଚାଲିଥିବା ବେଳେ ସାମାଜିକ ଦୂରତା କଟକଣାକୁ‍ବ  ଲୋକେ ବହୁ ଜାଗାରେ  ଫୁ କରି ଦେଉଥିବା ଦେଖିବାକୁ ମିଳିଛି। ଆସନ୍ତାକାଲି ସାବିତ୍ରୀ ଥିବାରୁ ଫଳ ବଜାରରେ ଖଚାଖଚ୍ ଭିଡ ଦେଖିବାକୁ ମିଳିଛି। ଏପରି ଦୃଶ୍ୟ ରେଡ ଜୋନ ତାଲିକାଭୁକ୍ତ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି।

ଜିଲ୍ଲାର ଅପର୍ତ୍ତିବିନ୍ଧା ଛକଠାରୁ ଆରମ୍ଭ କରି ଚରମ୍ପା ପର୍ଯ୍ୟନ୍ତ ଫଳ ମାର୍କେଟ ଓ ଲୁଗା ମାର୍କେଟରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ଲୋକମାନେ ନିଜ ନିଜ ମଧ୍ୟରେ ସାମାଜିକ ଦୂରତା ନରଖି ଫଳ ଓ ଶାଢ଼ୀ କିଣିବା ଲାଗି ପ୍ରତିଯୋଗିତାରେ ବ୍ୟସ୍ତ ଅଛନ୍ତି। କେତେକ ଲୋକ ମଧ୍ୟ ମୁହଁରେ ମାସ୍କ ପିନ୍ଧି ନାହାନ୍ତି।

ସୂଚନାଯୋଗ୍ୟ, କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୧୧୦୩କୁ ବୃଦ୍ଧି ପାଇଥିବା ବେଳେ ଭଦ୍ରକ ଜିଲ୍ଲାରୁ କେବଳ ୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫ ଜଣ ସୁସ୍ଥ ହୋଇଥିବା ବେଳେ ୭୦ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକତ୍ସାଧୀନ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos