ଘସିପୁରାରେ ଗଣ୍ଡଗୋଳ ଘଟଣା: ପୌର ଉପାଧ୍ୟକ୍ଷ  ଗିରଫ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରାରେ ରଜ ଉତ୍ସବ ବେଳେ ହୋଇଥିବା ଗଣ୍ଡଗୋଳ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଆନନ୍ଦପୁର ପୌର ଉପାଧ୍ୟକ୍ଷ ସୁରେଶ ସାହୁଙ୍କୁ ଗିରଫ କରାଯାଇଛି। ତାଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି।

ଶେଷ ରଜ ଦିନ ଏକ ଶୋଭାଯାତ୍ରା ସହର ପରିକ୍ରମା କରୁଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୨ ଯୁବକ ଆହତ ହୋଇଥିଲେ ଓ ୩ଟି ଟ୍ରଲିକୁ ପୋଡ଼ି ଦିଆଯାଇଥିଲା ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ସ୍ଥାନୀୟ ଲୋକେ ଥାନା ଘେରାଉ କରିଥିଲେ।