ଗିଫ୍ଟ ଇଞ୍ଜିନିୟରିଂ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ମାଷ୍ଟରକ୍ୟାଣ୍ଟିନରେ ରାସ୍ତାରୋକ  

ଭୁବନେଶ୍ୱର:  ଗିଫ୍ଟ ଇଞ୍ଜିନିୟରିଂ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ  ଉତ୍ତେଜନା ପ୍ରକାଶ ପାଇଛି। ବିପିୟୁଟି ଛାତ୍ର ସଂସଦ ଓ ପରିବାର ଲୋକଙ୍କ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନରେ ଆଜି ରାସ୍ତାରୋକ କରାଯାଇଥିଲା। ଗତ ୨୬ ତାରିଖରେ ଷ୍ଟଡି ଟୁରରେ ସମ୍ପୃକ୍ତ ଛାତ୍ର ବିଶାଖାପାଟନମ୍‌ ଯାଇଥିଲେ। ୨୯ତାରିଖରେ ଫେରିବା ବେଳେ ବ୍ରହ୍ମପୁରରୁ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ତେବେ ଗତକାଲି ରମ୍ଭା ଷ୍ଟେସନରୁ ଛାତ୍ରଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ […]

bhuban

bhuban

Rakesh Mallick
  • Published: Tuesday, 31 January 2017
  • Updated: 31 January 2017, 02:24 PM IST

Sports

Latest News

ଭୁବନେଶ୍ୱର:  ଗିଫ୍ଟ ଇଞ୍ଜିନିୟରିଂ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ  ଉତ୍ତେଜନା ପ୍ରକାଶ ପାଇଛି। ବିପିୟୁଟି ଛାତ୍ର ସଂସଦ ଓ ପରିବାର ଲୋକଙ୍କ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନରେ ଆଜି ରାସ୍ତାରୋକ କରାଯାଇଥିଲା।

ଗତ ୨୬ ତାରିଖରେ ଷ୍ଟଡି ଟୁରରେ ସମ୍ପୃକ୍ତ ଛାତ୍ର ବିଶାଖାପାଟନମ୍‌ ଯାଇଥିଲେ। ୨୯ତାରିଖରେ ଫେରିବା ବେଳେ ବ୍ରହ୍ମପୁରରୁ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ତେବେ ଗତକାଲି ରମ୍ଭା ଷ୍ଟେସନରୁ ଛାତ୍ରଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଦୋଷୀକୁ ଶୀଘ୍ର ଗିରଫଦାରୀ ଓ କ୍ଷତିପୂରଣ ଦାବିରେ ଆଜି ରାସ୍ତାରୋକ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos