କଟକ: କେସ୍ ଡାଏରୀ ଦାଖଲ ହୋଇ ନ ଥିବାରୁ ଗିରଫ ଆଇପିଏସ୍ ଅଫିସର ଜୟଦୀପ ନାୟକଙ୍କ ରିମାଣ୍ଡ ଆବେଦନର ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚିଲା। ଭିଜିଲାନ୍ସ ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେବା ଲାଗି କୋର୍ଟଙ୍କ ଅନୁମତି ଲୋଡ଼ିଛି। ଗତକାଲି ଭିଜିଲାନ୍ସ ତାଙ୍କୁ ଟ୍ରାନ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିବା ପରେ ସ୍ପେଶାଲ ଭିଜିଲାନ୍ସ ଜଜ୍ଙ୍କ କଟକ ସ୍ଥିତ ଆବାସିକ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ହାଜର ପରେ ତାଙ୍କୁ ଚୌଦ୍ୱାର ଜେଲ୍କୁ ପଠାଇ ଦିଆଯାଇଥିଲା। ଏସ୍ସି-ଏସ୍ଟି ପିଲାଙ୍କୁ ଟ୍ରେନିଂ ନାଁରେ ୮୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜୟଦୀପଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
୨୦୧୫ରେ ଜୟଦୀପ ନାୟକ ଏସ୍ସି ଓ ଏସ୍ଟି ପ୍ରୋଟେକସନ୍ ସେଲ୍ ଆଇଜି ଥିବା ବେଳେ କିଛି କର୍ମଚାରୀଙ୍କୁ ହାତ କରି ଏତେ ପରିମାଣର ଅର୍ଥ ବାଟମାରଣା କରିଥିବା ଅଭିଯୋଗ ହୋଇଛି।
ଗତ ୨୩ରେ ଉତ୍ତରପ୍ରଦେଶର ଗାଜିଆବାଦରୁ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଜୟଦୀପଙ୍କୁ ଗିରଫ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।