ଶୁକ୍ରବାରଠାରୁ ନିଖୋଜ ଥିଲେ, ଏମିତି ଅବସ୍ଥାରେ ବାଡିପଟୁ ମିଳିଲେ

ଭଦ୍ରକ(ତପନ ସ୍ୱାଇଁ): ତିହିଡି ଡାକ୍ତରଖାନାରେ ପଡିଛି ଝିଅ। ହାତରେ ଲାଗିଛି ସାଲାଇନ୍‌। ହେଲେ ଝିଅର ଏ ଅବସ୍ଥା ପାଇଁ କିଏ ଦାୟି ସେ କଥା କାହାରିକୁ ଜଣାନାହିଁ। ପରିବାର ଲୋକେ କହୁଛନ୍ତି- ‘‘ନିଖୋଜ ଥିବା ଆମ ଝିଅକୁ କାଲି ସଞ୍ଜବେଳେ ପାଇଲୁ। ସେ ପୁଣି ବଡ଼ ବିଚିତ୍ର ସ୍ଥିତିରେ। ହାତ, ପାଦ ତାର ବନ୍ଧା ହୋଇଥିଲା । ଆଉ ଏମିତି ଅବସ୍ଥାରେ ଅଖା ବସ୍ତାରେ ପୁରାଇ କେହି ତାକୁ ଆମ ଘର ବାଡିପଟେ ଫିଙ୍ଗି ଚାଲି ଯାଇଥିଲା”। […]

ok

ok

Rakesh Mallick
  • Published: Sunday, 20 May 2018
  • Updated: 20 May 2018, 12:07 PM IST

Sports

Latest News

ଭଦ୍ରକ(ତପନ ସ୍ୱାଇଁ): ତିହିଡି ଡାକ୍ତରଖାନାରେ ପଡିଛି ଝିଅ। ହାତରେ ଲାଗିଛି ସାଲାଇନ୍‌। ହେଲେ ଝିଅର ଏ ଅବସ୍ଥା ପାଇଁ କିଏ ଦାୟି ସେ କଥା କାହାରିକୁ ଜଣାନାହିଁ। ପରିବାର ଲୋକେ କହୁଛନ୍ତି- ‘‘ନିଖୋଜ ଥିବା ଆମ ଝିଅକୁ କାଲି ସଞ୍ଜବେଳେ ପାଇଲୁ। ସେ ପୁଣି ବଡ଼ ବିଚିତ୍ର ସ୍ଥିତିରେ। ହାତ, ପାଦ ତାର ବନ୍ଧା ହୋଇଥିଲା । ଆଉ ଏମିତି ଅବସ୍ଥାରେ ଅଖା ବସ୍ତାରେ ପୁରାଇ କେହି ତାକୁ ଆମ ଘର ବାଡିପଟେ ଫିଙ୍ଗି ଚାଲି ଯାଇଥିଲା”।

ସୂଚନାଯୋଗ୍ୟ, ଏଭଳି ଅଭାବନୀୟ ଘଟଣାଟି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ଗୁଆମାଳ ପଞ୍ଚାୟତ ଗଣ୍ଡପଡା ଗାଁରେ। ଗତ ଶୁକ୍ରବାର ସନ୍ଧ୍ୟାରେ ନାବାଳିକା ଛାତ୍ରୀ ଜଣକ ନିଖୋଜ ହୋଇଯାଇଥିଲେ। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ହେଲେ ଗତକାଲି ରାତି ପ୍ରାୟ ୮ଟାରେ ଛାତ୍ରୀ ଜଣଙ୍କୁ କେହି ଏକ ଅଖା ଭିତରେ ବାନ୍ଧି ତାଙ୍କ ଘର ପଛରେ ପକାଇ ଦେଇ ଚାଲିଯାଇଥିଲା। ଛାତ୍ରୀଙ୍କୁ ତାଙ୍କ ପରିବାର ଲୋକେ ଉଦ୍ଧାର କରି ତିହିଡି  ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏହି ଘଟଣାରେ ପୋଲିସ ଜଣକୁ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos