ଜିତୁର କ୍ରାଇମ୍‌ ପଛରେ ଲଭର ଜିନାର ବ୍ଲୁ-ପ୍ରିଣ୍ଟ, ଏନ୍‌କାଉଣ୍ଟର ପରେ ଖୋଲିଲା ଗୁମର

କଟକ/ଢେଙ୍କାନାଳ(ଓଡ଼ିଶା ରିପୋର୍ଟର):୨୪ ଘଣ୍ଟାରେ କଟକରେ ୨ଟି ଏନକାଉଣ୍ଟର।  ପୋଲିସ ଗୁଳିରେ ଜଖମ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଓରଫ ଅଜୟ ସାହୁ ଏବଂ ମୁନା । ଦୀର୍ଘ ୧୦ ବର୍ଷ ଧରି ଲୁଟେରା ଗ୍ୟାଙ୍ଗ ଚଳାଇ ପୋଲିସକୁ ଚକମା ଦେଉଥିବା ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଧରାପଡିବା ପରେ ପୋଲିସ ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ। ଅପରାଧରେ ନିଜ ଗାର୍ଲଫ୍ରେଣ୍ଡ ସହ ଭଉଣୀ ଓ ମା’କୁ ସାମିଲ କରି ଚଲାଇଥିଲା ଅପରାଧର କିଙ୍ଗଡମ । ଗାର୍ଲଫ୍ରେଣ୍ଡ ଇସାରାରେ ହେଉଥିଲା […]

5b-1

5b-1

Tapas Behera
  • Published: Monday, 14 October 2019
  • Updated: 14 October 2019, 07:19 PM IST

Sports

Latest News

କଟକ/ଢେଙ୍କାନାଳ(ଓଡ଼ିଶା ରିପୋର୍ଟର):୨୪ ଘଣ୍ଟାରେ କଟକରେ ୨ଟି ଏନକାଉଣ୍ଟର।  ପୋଲିସ ଗୁଳିରେ ଜଖମ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଓରଫ ଅଜୟ ସାହୁ ଏବଂ ମୁନା । ଦୀର୍ଘ ୧୦ ବର୍ଷ ଧରି ଲୁଟେରା ଗ୍ୟାଙ୍ଗ ଚଳାଇ ପୋଲିସକୁ ଚକମା ଦେଉଥିବା ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଧରାପଡିବା ପରେ ପୋଲିସ ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ। ଅପରାଧରେ ନିଜ ଗାର୍ଲଫ୍ରେଣ୍ଡ ସହ ଭଉଣୀ ଓ ମା’କୁ ସାମିଲ କରି ଚଲାଇଥିଲା ଅପରାଧର କିଙ୍ଗଡମ ।

ଗାର୍ଲଫ୍ରେଣ୍ଡ ଇସାରାରେ ହେଉଥିଲା ଲୁଟର ବ୍ଲୁ ପ୍ରିଣ୍ଟ । କେଉଁଠି ଓ କିପରି ହେବ ଲୁଟ ଏବଂ ଲୁଟ ସାମଗ୍ରୀ କେଉଁଠି ପହଁଞ୍ଚିବ ତା’ର ପୁରା ରୂପରେଖ ପ୍ରସ୍ତୁତ କରୁଥିଲା ଜିତୁର ଗାର୍ଲଫ୍ରେଣ୍ଡ ତଥା ପ୍ରେମିକା ଜିନା । କମିଶନରେଟ ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ । ଜିତୁକୁ ପଚରାଉଚରା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଲାଗିଛି ପୋଲିସ ହାତରେ । କେବଳ ଗାର୍ଲଫ୍ରେଣ୍ଡ ଜିନା ନୁହେଁ, ଜିତୁର ପରିବାର ଲୋକେ ମଧ୍ୟ ଏଥିରେ ସାମିଲ ଅଛନ୍ତି। ଜିତୁର ମା’ ଓ ତାର ଭଉଣୀ ମଧ୍ୟ ଲୁଟ, ରାହାଜାନୀ ଓ ଡକାୟତିରେ ସହଯୋଗ କରନ୍ତି । କଟକ ଚାଉଳିଆଗଞ୍ଜସ୍ଥିତ ଜିତୁର ଘର ଉପରେ ପୋଲିସ ରେଡ କରିବା ବେଳେ ସୁନା ଅଳଙ୍କାର ଜବତ କରିଛି।

ଏଥିସହ ଜିନା ଓ ଜିତୁର ଭଉଣୀ ଓ ମା’କୁ ମଧ୍ୟ ଗିରଫ କରିଛି ଚୌଦ୍ୱାର ପୋଲିସ । ଜିନା ଉଚ୍ଚଶିକ୍ଷିତା ହୋଇଥିବାରୁ ତା’ର ମୋବାଇଲ ଅପରେଟିଂ ଏବଂ ଟେକ୍ନୋଲୋଜି ଉପରେ ବେଶ ଦକ୍ଷତା ଥିଲା। ଜିତୁ କେତେବେଳେ ଓ କିପରି ମୋବାଇଲ ବ୍ୟବହାର କରିବ ସେ ବାବଦରେ ଜିନା ଅପରେଟ କରୁଥିଲା । ଏମିତିକି ଜିତୁ ତାର ମା’ ଓ ଭଉଣୀ ସହ ଜିନା ଦ୍ୱାରା କନଫେରେନ୍ସିଂ କଲରେ କଥା ହେଉଥିଲା । ଲୁଟ୍ ସୁନା ଗହଣା କେଉଠିଁ ପହଞ୍ଚିବ ଓ କିପରି ବିକ୍ରି ହେବ ସେସବୁ କାରବାର ଜିତୁର ଗର୍ଲଫ୍ରେଣ୍ଡ ଜିନା ହିଁ ବୁଝୁଥିଲା। ଏମିତି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂ।

କଟକ, ଢେଙ୍କାନାଳ, ଆଠଗଡ, ଚୌଦ୍ୱାର, ବଡମ୍ବା ଆଦି ସ୍ଥାନରେ ପାଖାପାଖି ୧୦ବର୍ଷ ହେବ ଜିତୁ ଓ ତାର ଗ୍ୟାଙ୍ଗ ଆତଙ୍କରାଜ ଚଳାଇ ଆସିଥିଲେ । ଏହି ଗ୍ୟାଙ୍ଗରେ ପ୍ରାୟ ୧୦ଜଣ ସଦସ୍ୟ ଥିବାବେଳେ ଜିତୁ ଥିଲା ମାଷ୍ଟରମାଇଣ୍ଡ । ଜିତୁର ଖାସ ସହଯୋଗୀ ହେଉଛି ଏନକାଉଣ୍ଟରରେ ଆହତ ହୋଇଥିବା ମୁନା ଦେହୁରୀ। ବିଭିନ୍ନ ଫାଇନାନସ୍ ସଂସ୍ଥାର କର୍ମଚାରୀ, ହାଇେୱେରେ ଯାଉଥିବା ଗାଡି, ବ୍ୟାଙ୍କ, ବ୍ୟବସାୟୀଙ୍କୁ ଟାର୍ଗେଟ କରୁଥିଲେ ଏହି ଗ୍ୟାଙ୍ଗ । ଜିତୁର ଇସାରାରେ ମୁନା ଘଟାଉଥିଲା ଅପରାଧ। ଗତ ମାସ ୨୪ତାରିଖରେ ଢେଙ୍କାନାଳର ଲଳିତ କୁମାର ସିଂ ଓ ତାଙ୍କ ପରିବାର ପୁରୀରୁ ଫେରୁଥିବା ବେଳେ ନୂଆପାଟଣା ବ୍ରିଜ ନିକଟରେ ଲୁଟ ସହ ଗୁଳି କରି ହତ୍ୟା କରିଥିଲୋ ।

ଏହି ଘଟଣା ପରେ କମିଶନରେଟ ପୋଲିସ ପାଇଁ ମୋଷ୍ଟ ଓ୍ୱାଣ୍ଟେଡ ସାଜିଥିଲା ଜିତୁ । ଢେଙ୍କାନାଳର ଏକ କ୍ରସର ଫ୍ରାକ୍ଟିରେ ଜିତୁ କାମ କରୁଥିବା ଖବର ପାଇ କିଛି ଦିନ ସେହି କ୍ରସର ଫ୍ରାକ୍ଟିରେ ପୋଲିସ ଛଦ୍ମ ବେଶରେ କାମ କରିଥିଲା । ଏନକାଉଣ୍ଟରରେ ଆହତ ଜିତୁ ଓ ମୁନାଠାରୁ ୨ଟି ବନ୍ଧୁକ, ଗୁଳି ଓ ବାଇକ ମଧ୍ୟ ଜବତ ହୋଇଛି। ଏହି ଗ୍ୟାଙ୍ଗର ଏବେ ଅନ୍ୟ କିଛି ସହଯୋଗୀ ଫେରାର ଥିବାବେଳେ ପୋଲିସ ତାଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରି ଛାନବିନ ଜାରି ରଖିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story