ଫେମିନା ମିସ୍‌ ଇଣ୍ଡିଆ ମୁକୁଟ ଜିତିଲେ ଓଡ଼ିଆ ଝିଅ ଶ୍ରୁତିକ୍ଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଓଡ଼ିଆ ଝିଅ କମାଲ୍‌ ଦେଖାଇଲେ। ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ଶ୍ରୁତିକ୍ଷା ନାୟକ। ମୁମ୍ୱାଇରେ ହେବାକୁ ଥିବା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସେ ଓଡ଼ିଶା ପାଇଁ ପ୍ରତିନିଧିତ୍ୱ କରିବେ। ଫେମିନା ମିସ୍‌ ଇଣ୍ଡିଆ ୨୦୧୮ ଜିତିବା ପରେ ଶ୍ରୁତିକ୍ଷା ଆଜି ନିଜ ଜନ୍ମ ମାଟିକୁ ଫେରିଛନ୍ତି। ଏଥିପାଇଁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। କୋଲକାତାରେ ହୋଇଥିବା ପ୍ରତିଯୋଗିତରେ ଦୁଇ ଜଣ ପ୍ରତିଯୋଗୀଙ୍କୁ ପଛରେ […]

ji

ji

Rakesh Mallick
  • Published: Sunday, 25 March 2018
  • Updated: 25 March 2018, 11:12 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଓଡ଼ିଆ ଝିଅ କମାଲ୍‌ ଦେଖାଇଲେ। ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ଶ୍ରୁତିକ୍ଷା ନାୟକ। ମୁମ୍ୱାଇରେ ହେବାକୁ ଥିବା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସେ ଓଡ଼ିଶା ପାଇଁ ପ୍ରତିନିଧିତ୍ୱ କରିବେ। ଫେମିନା ମିସ୍‌ ଇଣ୍ଡିଆ ୨୦୧୮ ଜିତିବା ପରେ ଶ୍ରୁତିକ୍ଷା ଆଜି ନିଜ ଜନ୍ମ ମାଟିକୁ ଫେରିଛନ୍ତି। ଏଥିପାଇଁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।

କୋଲକାତାରେ ହୋଇଥିବା ପ୍ରତିଯୋଗିତରେ ଦୁଇ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶ୍ରୁତିକ୍ଷା ଏହି କିର୍ତ୍ତୀମାନ ରଚିଛନ୍ତି। ଏହି ସଫଳତା ତାଙ୍କୁ ବେଶ୍‌ ଆନନ୍ଦିତ କରିଛି। ସେ ଏହି ସଫଳତାର ଶ୍ରେୟ ବାପା, ମାଆ ଓ ଓଡ଼ିଶାବାସୀଙ୍କୁ ଦେଇଛନ୍ତି। ତେବେ ଆଗକୁ ହେବାକୁ ଥିବା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସଫଳ ହେବାକୁ ଅଧିକରୁ ଅଧିକ ପରିଶ୍ରମ କରିବେ ବୋଲି ଶ୍ରୁତିକ୍ଷା ନିଜ ପ୍ରତିକ୍ରିୟାରେ କହିଛନ୍ତି।

ମାର୍ଚ୍ଚ ୨୨ରେ କୋଲକାତାରେ ଅନୁଷ୍ଠିତ fbb Colors Femina East 2018ରେ ୧୩ଟି ରାଜ୍ୟର ଫାଇନାଲିଷ୍ଟଙ୍କ ନାଁ ଘୋଷଣା କରାଯାଇଥିଲା। ଯେଉଁଥିରେ ଶ୍ରୁତିକ୍ଷା ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା ୨୦୧୮ଟାଇଟଲ୍ ହାସଲ କରିଥିଲେ। ଶ୍ରୁତିକ୍ଷା ଜଣେ ସଫଳ ଡ଼୍ୟାନ୍ସର। ବର୍ତ୍ତମାନ ସେ ସାମ୍ୱାଦିକତା ପାଠ ପଢ଼ୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos