‘କୁନ୍ଦୁଲି ମାମଲାର ରିପୋର୍ଟ ୪ ସପ୍ତାହରେ ଦାଖଲ କର’

କଟକ(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତ ୪ ସପ୍ତାହ ମଧ୍ୟରେ ଶେଷ କରି  ରିପୋର୍ଟ ଦାଖଲ କର। ଏପରି ନିର୍ଦ୍ଦେଶ ରାଜ୍ୟସରକାରଙ୍କୁ ଦେଇଛନ୍ତି ହାଇକୋର୍ଟ।  ଘଟଣାର ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍ ଟିମ୍(SIT) ତଦନ୍ତ ଲାଗି ମଧ୍ୟ ପ୍ରସ୍ତାବ ଦେଇଛନ୍ତି ହାଇକୋର୍ଟ। ଏସ୍ଆଇଟିରେ କେନ୍ଦ୍ର ଓ ରାଜ୍ୟସ୍ତରୀୟ ଏଜେନ୍ସି ଅଧିକାରୀଙ୍କୁ ରଖିବାକୁ ପ୍ରସ୍ତାବ ଦେଇଛନ୍ତି କୋର୍ଟ। ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ବିଜେପି ନେତା ଖାରବେଳ ସ୍ୱାଇଁଙ୍କ […]

supreme-court

supreme-court

Tapaswini Nayak
  • Published: Friday, 02 August 2019
  • Updated: 02 August 2019, 03:02 PM IST

କଟକ(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତ ୪ ସପ୍ତାହ ମଧ୍ୟରେ ଶେଷ କରି  ରିପୋର୍ଟ ଦାଖଲ କର। ଏପରି ନିର୍ଦ୍ଦେଶ ରାଜ୍ୟସରକାରଙ୍କୁ ଦେଇଛନ୍ତି ହାଇକୋର୍ଟ।  ଘଟଣାର ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍ ଟିମ୍(SIT) ତଦନ୍ତ ଲାଗି ମଧ୍ୟ ପ୍ରସ୍ତାବ ଦେଇଛନ୍ତି ହାଇକୋର୍ଟ।

ଏସ୍ଆଇଟିରେ କେନ୍ଦ୍ର ଓ ରାଜ୍ୟସ୍ତରୀୟ ଏଜେନ୍ସି ଅଧିକାରୀଙ୍କୁ ରଖିବାକୁ ପ୍ରସ୍ତାବ ଦେଇଛନ୍ତି କୋର୍ଟ। ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ବିଜେପି ନେତା ଖାରବେଳ ସ୍ୱାଇଁଙ୍କ ‌ଆବେଦନ ଉପରେ ହାଇକୋର୍ଟ ‌ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ ପୀଡିତା ସ୍କୁଲରୁ ଘରକୁ ଫେରୁଥିଲେ। ମାତ୍ର ନିଛାଟିଆ ରାସ୍ତାରେ ଯବାନଙ୍କ ପୋଷାକ ପିନ୍ଧିଥିବା ଅଭିଯୁକ୍ତମାନେ ତାଙ୍କୁ ଜଙ୍ଗଲ ଭିତରକୁ ଟେକିନେଇଥିଲେ। ସେଠାରେ ଜଣେ ପରେ ଜଣେ ତାଙ୍କ ବଳାତ୍କାର କରି ଫେରାର ହୋଇଯାଇଥିଲେ।

ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ନିକଟସ୍ଥ ପଟାଙ୍ଗି ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାକୁ କୋରାପୁଟ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ସୁସ୍ଥ ହେଲା ପରେ ସେ ସୁଧାର ଗୃହକୁ ଫେରିଥିଲେ।

ଏହାପରେ ପୁଣିଥରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାକୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା ।  ଚିକିତ୍ସା ପରେ ମଧ୍ୟ ମାନସିକ ସ୍ଥିତି ଠିକ ନ ଥିବା ଡାକ୍ତର କହିଥିଲେ । ଏହାପରେ ସେ ନିଜ ଘରକୁ ଫେରି ଯାଇଥିଲେ। କିଛି ଦିନ ପରେ ନିଜ ଘରେ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା। କୁନ୍ଦୁଲି ମେଡିକାଲରେ ଡାକ୍ତର ପୀଡ଼ିତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos