ମାଲକାନଗିରିରେ ଛେଳି ମଡ଼କ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଘୁଷୁରି ପରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ୍‌ଭି-୬୬ ଅଞ୍ଚଳରେ ଛେଳି ମଡ଼କ। ଏହାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପ୍ରବଳ ଥଣ୍ଡା ଯୋଗୁଁ ଛେଳିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି।

ଗତ ୩ ମାସ ଭିତରେ ଏମ୍‌ଭି-୬୬ ଗାଁରେ ଶତାଧିକ ଛେଳି ଅଜଣା ରୋଗରେ ମୃତ୍ୟୁ ହୋଇଛି। ଛେଳିମାନେ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି। ଯାହାଫଳରେ ଛେଳି ଚାଷ ଉପରେ ନିର୍ଭର କରି ପରିବାର ଭରଣ ପୋଷଣ କରୁଥିବା ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି। ଏନେଇ ଖବର ପ୍ରକାଶ ପାଇବା ପରେ କାଲିମେଳା ପ୍ରାଣୀ ଚିକିତ୍ସକ ଗାଁରେ ପହଞ୍ଚି ଚିକିତ୍ସା ଛେଳିମାନଙ୍କୁ ଚିକିତ୍ସା ଆରମ୍ଭ କରିଛନ୍ତି। ଏପରିକି ଆଖପାଖ ଅଞ୍ଚଳର ଛେଳିଙ୍କୁ ଟୀକା ଦିଆଯାଉଛି। ଯେଉଁ ଛେଳିମାନଙ୍କ ମୃତ୍ୟୁ ହୋଇଛି, ସେମାନଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିଲେ ଛେଳି ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।